ଭୁବନେଶ୍ୱର : ଉତ୍ତର ପଶ୍ଚିମରେ ସୃଷ୍ଟି ଲଘୁଚାପ ହେଲା ଦୁର୍ବଳ I ଏହା ପ୍ରଭାବରେ ରାଜ୍ୟରେ ୮ ତାରିଖରୁ ବର୍ଷର ପରିମାଣ କମିବ ଇ କିନ୍ତୁ ଘୁର୍ଣ୍ଣିବଳୟ ସକ୍ରିୟ ରହିଥିବାରୁ ପୁଣି ୧୧ ଓ ୧୨ ତାରିଖରେ ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷାର ପରିମାଣ ବଢିବାର ସମ୍ଭାବନା ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାର ୩ ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷ ହେବାର ସମ୍ଭାବନା ରହିଛି Iଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କେତେକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ମୌସୁମୀଜନିତ ନିମ୍ନଚାପ ରେଖା ଆଜି ତା’ର ସାଧାରଣ ଅବସ୍ଥାନଠାରୁ ଦକ୍ଷିଣରେ ରହିବା ସହ ରାଜସ୍ଥାନର ଜୟଶେଲମେରରୁ ବାହାରି କୋଟା, ରାଇସେନ, ପେନ୍ଦ୍ରାରୋଡ୍, ଜାମ୍ଶେଦ୍ପୁର ମଧ୍ୟ ଦେଇ ପଶ୍ଚିମବଙ୍ଗର ଦୀଘାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ଉତ୍ତର-ପୂର୍ବ ବଙ୍ଗୋପସାଗର ଯାଏ ଲମ୍ବିଛି। ଏହା ବାୟୁମଣ୍ଡଳରେ ୨.୧ କିମି ଉଚ୍ଚତା ଯାଏ ଲମ୍ବିଛି। ଫଳରେ ରାଜ୍ୟରେ ପାଗ ମେଘୁଆ ରହିବା ସହ ବିଭିନ୍ନ ସ୍ଥାନରେ ବର୍ଷା ମଧ୍ୟ ହେଉଛି। ତେବେ ଆସନ୍ତା ୧୧ ତାରିଖରୁ ରାଜ୍ୟରେ ବର୍ଷା ପୁଣି ଆରମ୍ଭ ହେବ।
ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି I ସେହିପରି ଅନ୍ୟ ଜିଲ୍ଲା ଗୁଡିକ ମଧ୍ୟରେ ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି।
ଏଥିସହ ସୂଚନା ମୁତାବକ, ରାଜ୍ୟରେ ୧୨ ତାରିଖ ଦିନ ବର୍ଷାର ବିସ୍ତୃତି ବଢ଼ିବ। ଉପରୋକ୍ତ ସମସ୍ତ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଗଞ୍ଜାମ, କନ୍ଧମାଳ, ଅନୁଗୁଳ, କଟକ, ନୟାଗଡ଼, କଳାହାଣ୍ଡି, ବୌଦ୍ଧ, ଗଜପତି, ରାୟଗଡ଼ା, ଢେଙ୍କାନାଳ, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାଜନିତ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
Comments are closed.