ମହାରାଷ୍ଟ୍ରରେ ଏନ୍‌ସିସି କ୍ୟାଡେଟ୍‌ଙ୍କୁ ନିର୍ମମ ନିର୍ଯାତନାର ଭିଡ଼ିଓ ଭାଇରାଲ

ଥାନେ: ମହାରାଷ୍ଟ୍ରର ଥାନେ ଅନ୍ତର୍ଗତ ଯୋଶୀ ବେଦେକର କଲେଜର ଚାରିଜଣ ଏନ୍‌ସିସି କ୍ୟାଡେଟ୍‌ଙ୍କୁ ହାତ ପଛରୁ ବାନ୍ଧି କାଦୁଅରେ ମୁହଁ ମାଡ଼ି ଆଣ୍ଠେଇଥିବା ଅବସ୍ଥାରେ ପିଠିରେ ନିର୍ମମ ଭାବରେ ମାଡ଼ ମରାଯାଉଥିବାର ଭିଡ଼ିଓ ଭାଇରାଲ ହୋଇଛି। ଏହାକୁ ନେଇ ଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନ୍‌ସିସି କ୍ୟାଡେଟ୍ମାନଙ୍କର ତାଲିମ କାର୍ଯ୍ୟକ୍ରମ ବେଳେ ଏହି ଘଟଣା ଘଟିଛି। କଲେଜର ଅଧ୍ୟକ୍ଷା ସୁଚିତ୍ରା ନାଏକ କହିଛନ୍ତି ମାଡ଼ ମାରୁଥିବା ପିଲାଟି ଏନ୍ସିସିର ଜଣେ ବରିଷ୍ଠ କ୍ୟାଡେଟ୍। ତାଲିମ ସମୟରେ ଭୁଲ୍ କରିବା ଯୋଗୁ ସେ କନିଷ୍ଠ କ୍ୟାଡେଟ୍ମାନଙ୍କୁ ଦଣ୍ଡ ଦେଇଛି। ତେବେ

ଏପରି ଭାବେ ଦଣ୍ଡ ଦେବା ଅନୁଚିତ ହୋଇଥିବାରୁ ତା’ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧ୍ୟକ୍ଷା କହିଛନ୍ତି। ସେ ମାଡ଼ ଖାଇଥିବା ପିଲାଙ୍କୁ ଭୟଭୀତ ନ ହୋଇ ତାଙ୍କୁ ଦେଖା କରିବାକୁ ପରାମର୍ଶ ଦେଇଛନ୍ତି।

Comments are closed.