ଭୁବନେଶ୍ୱର : ରାଜ୍ୟରେ ଥିବା ସମସ୍ତ ସିବିଏସଇ ସ୍କୁଲ ଗୁଡିକରେ ପଢ଼ାଯିବ ଓଡ଼ିଆ I ଇଂରାଜୀ,ହିନ୍ଦୀ ସହିତ ଗୋଟିଏ ବିଷୟ ଓଡ଼ିଆ ରହିବ ବାଧ୍ୟତାମୂଳକ I ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଏହି ଓଡ଼ିଆ ବିଷୟ ପଢ଼ାଯିବ I ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ସିବିଏସଇ ଅନୁବନ୍ଧିତ ସବୁ ସ୍କୁଲରେ ଆଞ୍ଚଳିକ ଭାଷାରେ ପାଠପଢ଼ା ଲାଗି ସିବିଏସଇ ସର୍କୁଲାର ଜାରି କରିଛି I
ଏପର୍ଯ୍ୟନ୍ତ ସିବିଏସଇ ସ୍କୁଲ ଗୁଡିକରେ ଇଂରାଜୀ ଓ ହିନ୍ଦୀରେ ପଢା ଯାଉଥିଲା I ତେବେ ପ୍ରଥମରୁ ଓଡ଼ିଆ ସହିତ ଅନ୍ୟ ଆଂଚଳିକ ଭସଯଉଁ ମଧ୍ୟ ପ୍ରାଧାନ୍ୟ ଦିଆଯିବ Iଏହାଦ୍ୱାରା ଛାତ୍ରଛାତ୍ରୀ ଭଲ ଭାବେ ପାଠକୁ ବୁଝି ପାରିବେ । ତେବେ ଏହି ବିଷୟ ସାହୁ ବାଧ୍ୟତାମୂଳକ ନୁହେଁ,ଏଥିପାଇଁ କୌଣସି ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରାଯିବନି । ଯିଏ ଚାହିଁବ, ଆଞ୍ଚଳିକ ଭାଷାରେ ପାଠ ପଢ଼ି ପାରିବ । ସ୍କୁଲଗୁଡ଼ିକ ଧୀରେ ଧୀରେ ଏହି ବ୍ୟବସ୍ଥାକୁ ଆପଣେଇବେ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
Comments are closed.