କେକ୍ ଖାଇବାକୁ ସମସ୍ତଙ୍କୁ ଭଲଲାଗେ । କେକର ସ୍ୱାଦ ଭଳି ଏହାର ଇତିହାସ ମଧ୍ୟ ବେଶ୍ ସ୍ୱାଦିଷ୍ଟ । ଏହାର ଆରମ୍ଭ ୧୫ଶହ ଶତାବ୍ଦୀରେ ମିଶର ଦେଶର ଲୋକମାନେ ଆରମ୍ଭ କରିଥିଲେ । ସେହି ସମୟରେ ବ୍ରେଡ ଓ ମହୁକୁ ଗୋଲାକାର କରାଯାଇ ପଥର ଦେହରେ ସେକା ଯାଉଥିଲା । ଏହାପରେ ରୋମରେ ଆରମ୍ଭ ହୋଇଥିଲା ଆଧୁନିକ ଧରଣର କେକର ଆରମ୍ଭ । ୧୭ଶହ ଶତାବ୍ଦୀରେ କେକରେ ବେକିଂ ପାଉଡର ଓ ସୋଡା ମିଶ୍ରଣ କରାଯାଇ ତିଆରି କରାଯିବା ଆରମ୍ଭ କରାଯାଇଥିଲା । ସେହିଭଳି ସୂଚନା ଅନୁସାରେ ଆମେ ବର୍ତ୍ତମାନ ଯେଉଁ ସ୍ୱାଦିଷ୍ଟ କେକ ଖାଉଛେ ଏହାର ଇତିହାସ ପାଖାପାଖି ୩ ଶହ ବର୍ଷ ପୁରୁଣା । ଭାରତରେ କେକ୍ର ଇତିହାସ କେରଳରୁ ଆରମ୍ଭ ହୋଇଛି । ୧୮୮୩ରେ କେରଳରେ ଥାଲାସ୍ସେରୀରୁ ମମ୍ବଲୀ ବାପୁ ରୟାଲ ବିସ୍କୁଟ୍ ଫ୍ୟାକଫ୍ରିର ସ୍ଥାପନା କରିଥିଲେ । ଏହାପରେ ଏହି ଫ୍ୟାକଫ୍ରିରେ ସେ ଇଂଗ୍ରେଜମାନଙ୍କ ପାଇଁ କେକ୍ ତିଆରି କରିଥିଲେ । ଏହାପର ଠାରୁ ଆଜିଯାଏଁ କେକର ସ୍ୱାଦିଷ୍ଟ ଯାତ୍ରା ଜାରି ରହିଛି । ବାହାଘର ହେଉ କିମ୍ବା ଜନ୍ମଦିନ ଯେ କୌଣସି ଉତ୍ସବରେ କେକର କ୍ରେଜ ଦେଖିବାକୁ ମିଳୁଛି ।

Comments are closed.