ଭିଜିଲାନ୍ସ ଜାଲରେ ବ୍ୟାଙ୍କିଙ୍ଗ ଆସିଷ୍ଟାଣ୍ଟ

ନୂଆପଡ଼ା: ଭିଜିଲାନ୍ସ ଜାଲରେ ଭବାନୀପାଟଣା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ କୋମନା ଶାଖାର ବ୍ୟାଙ୍କିଙ୍ଗ ଆସିଷ୍ଟାଣ୍ଟ ପ୍ରଦୀପ କୁମାର ଚନ୍ଦ୍ରକର। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ଭବାନୀପାଟଣା କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ନୂଆପଡ଼ା ଜିଲ୍ଲା କୋମନା ଶାଖାରେ କାର୍ଯ୍ୟରତ ବ୍ୟାଙ୍କ ସହାୟକ ପ୍ରଦୀପ କୁମାର ଚନ୍ଦ୍ରକରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଭବାନୀପାଟଣାର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଦ୍ବାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଏକକାଳୀନ ଚଢଉ ଚାଲିଛି। ଏଥିରେ ୩ ଜଣ ଡିଏସପି, ୩ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି।

ସୂଚନା ଅନୁଯାୟୀ, ନୂଆପଡ଼ା ଜିଲ୍ଲା ବେଲତୁକୁରି ଗାଁରେ ଥିବା ଶ୍ରୀ ଚନ୍ଦ୍ରକରଙ୍କ ଦୁଇ ମହଲା ବିଶିଷ୍ଟ ଘର ସହିତ ସେଠାରେ ୩ ହଜାର ବର୍ଗ ମିଟରରେ ଥିବା ଆଉ ଏକ ଦୁଇ ମହଲା ଘର ଓ ଏକ ନିର୍ମାଣାଧୀନ ଘରେ ଏହି ଚଢ଼ାଉ କରାଯାଇଛି। ଏହା ସହିତ ଶ୍ରୀ ଚନ୍ଦ୍ରକରଙ୍କ ଅଫିସ୍ ରୁମରେ ଚଢଉ କରୁଛି ଭିଜିଲାନ୍ସ ଟିମ୍। ଏନେଇ ବର୍ତ୍ତମାନ ସୁଦ୍ଧା ସବିଶେଷ ବିବରଣୀ ମିଳିପାରି ନାହିଁ I

Comments are closed.