ଛାତ୍ର ଗଣ୍ଡଗୋଳ, ଥାନାରେ ମାମଲା

ସମୟ ଲାଇଭ୍‍,୧୩/୧୨: ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର କନିଷ୍ଠ ମହାବିଦ୍ୟାଳୟରେ ଜଣେ ହଷ୍ଟେଲ ଛାତ୍ରଙ୍କୁ ମାଡ଼ ପ୍ରତିବାଦରେ ହଷ୍ଟେଲ ରହି ପାଠ ପଢ଼ୁଥିବା ଶତାଧିକ ଛାତ୍ରଙ୍କ ବାରିପଦା ଟାଉନ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଶୁକ୍ରବାର ଦିନ ପ୍ରାୟ ୧୧ ଟା ସମୟରେ ବିଶାଳ ମହାନ୍ତ ନାମକ ଜଣେ ଦ୍ୱିତୀୟ ବର୍ଷ କଳା ଛାତ୍ର ହଷ୍ଟେଲ କୁ ଯାଉଥିବା ସମୟରେ ପୂର୍ବ ଶତ୍ରୁତା କୁ ନେଇ କିଛି ସ୍ଥାନୀୟ ଛାତ୍ର ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରି ମାଡ ମାରିବା ସହ ଖରାପ ଭାଷାରେ ଗାଳିଗୁଲଜ କରିଥିବାର ଅଭିଯୋଗ କରିଛନ୍ତି ଛାତ୍ର ମାନେ।ତେବେ ପୂର୍ବରୁ ଏଭଳି ଘଟଣା ଦୁଇଥର ଘଟି ସାରିଥିଲେ ସୁଦ୍ଧା ପୋଲିସ ଜାଣିଶୁଣି କୌଣସି ପଦକ୍ଷେପ ନ ନେବାରୁ ଆଜି ଶତାଧିକ ଛାତ୍ର ଥାନା ସମ୍ମୁଖ ବଡବଜାର ମୁଖ୍ୟ ରାସ୍ତାକୁ ଅବରୋଧ କରି ଧାରଣା ପ୍ରଦର୍ଶନ କରିଥିଲେ।ପୋଲିସ ପକ୍ଷରୁ ସଂଗେ ସଂଗେ ଅଭିଯୁକ୍ତ ଛାତ୍ର ମାନଙ୍କ ଆଣି ଥାନାରେ ଅଟକ ରଖିବାରୁ ରାସ୍ତା ଅବରୋଧ ହଟିଥିଲା।ଏ ନେଇ ବାରିପଦା ଥାନାରେ ୩୯୬/୧୯ ମାମଲା ରୁଜୁ ହୋଇ କିଛି ଛାତ୍ର ଙ୍କୁ ଅଟକ ରଖି ତଦନ୍ତ ଚାଲିଛି।

Launching Ceremony of “AYUSHMAN BHARAT

Comments are closed.