ଆଜିଠାରୁ ଅନଲାଇନରେ ବାରବାଟୀ ଟିକେଟ ବିକ୍ରି

ସମୟ ଲାଇଭ୍‍, ୫/୧୨: ଆଜିଠାରୁ ଅନଲାଇନରେ ଟିକେଟ ବିକ୍ରି ହେବାକୁ ଥିବାବେଳେ ୧୯ ତାରିଖରୁ କାଉଣ୍ଟରରେ ଟିକେଟ ବିକ୍ରି ହେବ। ଆସନ୍ତା ଡ଼ିସେମ୍ବର ୨୨ ତାରିଖରେ କଟକ ବାରବାଟୀ ଷ୍ଟାଡ଼ିୟମରେ ଦିନିକିଆ ଭାରତ-ୱେଷ୍ଟଇଣ୍ଡିଜ୍‍ ମ୍ୟାଚ୍‍ ଅନୁଷ୍ଠିତ ହେବାକୁ ଯାଉଛି। ତେବେ ୧୯ତାରିଖରେ ଉଭୟ ଟିମର ଖେଳାଳି ଆସି ୨୩ ତଦାରିଖରେ ଫେରିବେ। ୨୩ ତାରିଖ ପର୍ୟ୍ୟନ୍ତ ଖେଳାଳିମାନେ ଭୁବନେଶ୍ୱରସ୍ଥିତ ମେ’ ଫେୟାରରେ ରହିବେ। ମ୍ୟାଚ ସମୟରେ ଦ୍ୱେତ ନଗରୀର ସୁରକ୍ଷା ଦାୟିତ୍ୱରେ ଦୁଇ ସହରର ଡ଼ିସିପି ରହିବେ ବୋଲି ସୂଚନା ମିଳିଛି। ଏନେଇ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଖୁବ୍‍ ଉତ୍ସାହ ଦେଖିବାକୁ ମିଳିଛି।

Launching Ceremony of “AYUSHMAN BHARAT

Comments are closed.