ମଣିପୁରରେ ରାଷ୍ଟ୍ରପତି ଶାସନ ଦାବି କଲେ ଶଶି ଥରୁର

ନୂଆଦିଲ୍ଲୀ : ମଣିପୁରରେ ଯେଉଁ ହିଂସାର ନିଆଁ ଜଳୁଛି ସେଥିପାଇଁ ଆଜି କଂଗ୍ରେସ ନେତା ଶଶି ଥରୁର ବିଜେପି ବିରୋଧରେ ବର୍ଷିଛନ୍ତି। ଉତ୍ତରପୂର୍ବ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାପାଇଁ ଥରୁର ଦାବି କରିଛନ୍ତି। ଥରୁର କହିଛନ୍ତି, ନିର୍ବାଚନର ଠିକ୍ ବର୍ଷକ ପରେ ମଣିପୁରର ଭୋଟରମାନଙ୍କୁ ଧୋକା ମିଳିଛି। ଥରୁର କହିଛନ୍ତି, ମଣିପୁରରେ ଯେଉଁ ହିଂସା ଲାଗି ରହିଛି ଏବେ ସମସ୍ତ ସୁଚିନ୍ତିତ ଭାରତୀୟମା୍ନେ ନିଜକୁ ପ୍ରଶ୍ନ କରିବା ଉଚିତ ଯେ ସେମାନଙ୍କୁ ଯେଉଁ ସୁଶାସନର ପ୍ରତିଶ୍ରୁତି ଦିଆଯାଇଥିଲା ତାହା କୁଆଡ଼େ ଗଲା। ଏବେ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାର ସମୟ ଆସିଛି। ରାଜ୍ୟ ସରକାର ନିଜର କାର୍ଯ୍ୟ ସଠିକ ଭାବେ ସମ୍ପାଦନ କରୁନାହାନ୍ତି। ଉଲ୍ଲେଖଯୋଗ୍ୟ ଯେ ମଣିପୁର ହିଂସାରରେ ୫୪ ଜଣଙ୍କ ମୃତ୍ୟୁ ହେଲାଣି। ସମଗ୍ର ମଣିପୁର ଏବେ ସେନା ନିୟନ୍ତ୍ରଣରେ। ମଣିପୁରରେ ମୋବାଇଲ ଇଣ୍ଟରନେଟ୍ ସେବା ବନ୍ଦ ରହିଛି ଏବଂ କିଛି ଜିଲ୍ଲାରେ କର୍ଫ୍ୟୁ ଜାରି ହୋଇଛି।

Comments are closed.