ମଥୁରା ରୋଡ୍ ଦିଲ୍ଲୀ ପବ୍ଲିକ ସ୍କୁଲରେ ବୋମା ଆତଙ୍କ

ପିଲାମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ସ୍କୁଲ୍ ପରିସରରେ ଅଭିଭାବକଙ୍କ ଭିଡ଼

ନୂଆଦିଲ୍ଲୀ : ଆଜି ସକାଳେ ମଥୁରା ରୋଡ୍ ଦିଲ୍ଲୀ ପବ୍ଲିକ ସ୍କୁଲରେ ବୋମା ଆତଙ୍କ ଖେଳି ଯାଇଥିଲା। ସ୍କୁଲରେ ବୋମା ଖଞ୍ଜା ଯାଇଛି ଏବଂ ଯେକୌଣଷି ମୁହୂର୍ତ୍ତରେ ବିସ୍ଫୋରଣ ହେବ ବୋଲି ଏକ ଇମେଲ୍ ଯୋଗେ ଧମକ ମିଳିଥିଲା।। ତେବେ ଏହି ଖବର ମିଳିବାପରେ ସ୍କୁଲ୍ ପରିସରରେ ଆତଙ୍କ ଖେଳି ଯାଇଥିଲା। ପିଲାମାନଙ୍କର ବାପା ମା’ ସ୍କୁଲ୍ ପରିସରରେ ପହଞ୍ଚି ନିଜ ନିଜ ପିଲାଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ। ଉକ୍ତ ଘଟଣାରେ ତଦନ୍ତ ଜାରି ରହିଛି। ଦକ୍ଷିଣ ପୂର୍ବ ଡିସିପି ରାଜେଶ ଦେଓ କହିଛନ୍ତି, ଏଯାବତ ସ୍କୁଲ୍ ପରିସରରେ କୌଣସି ସନ୍ଦେହଜନକ ସାମଗ୍ରୀ ମିଳିନାହିଁ। ପରିସ୍ଥିତି ସ୍ବାଭାବିକ ରହିଛି। ବୋମା ନିଷ୍କ୍ରିୟକାରୀ ଦଳ ଏବଂ ସ୍ବାଟ ଟିମ୍ ସ୍କୁଲ୍ ପରିସର ଭଲଭାବେ ଯାଞ୍ଚ କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ ଏପ୍ରିଲ ୧୨ ତାରିଖରେ ଦିଲ୍ଲୀର ଇଣ୍ଡିଆନ ସ୍କୁଲ୍କୁ ବି ଏକ ଇମେଲ୍ ଯୋଗେ ବୋମା ଥିବା ନେଇ ଧମକ ମିଳିଥିଲା।

Govt

Comments are closed.