ଫାଶୀ ଦଣ୍ଡାଦେଶ ପରେ କଲମ ମୁନ କାହିଁକି ଭାଙ୍ଗିଦିଅନ୍ତି ଜଷ୍ଟିସ୍‍?

ସମୟ ଲାଇଭ୍‍, ୨୯/୧୧: ଅଦାଲତରେ ବିଚାରପତି କୌଣସି ଅପରାଧୀକୁ ଫାଶୀ ଦଣ୍ଡ ରେ ଦଣ୍ଡିତ କରିବା ପରେ ଲେଖୁଥିବା କଲମର ମୁନ୍‍ ଭାଙ୍ଗି ଦେଇଥା’ନ୍ତି। ତେବେ ଏପରି କାହିଁକି କରାଯାଏ ତାହା ଆଜି ବି ଅନେକଙ୍କୁ ଅଜଣା।
ବାସ୍ତବରେ ଅପରାଧୀର ଅପରାଧ ସେତିକି ଜଘନ୍ୟ ହୋଇଥିଲେ ହିଁ ଅପରାଧୀକୁ ଫାଶୀ ଦଣ୍ଡାଦେଶ ଦିଆଯାଏ। ତେଣୁ ଏପରି ଗୁରୁତର ଅପରାଧର ଯେପରି ପୁନରାବୃତ୍ତି ନହୁଏ ତାହା ବିଚାର କରି କଲମର ମୁନ୍‍ ଭାଙ୍ଗିଦିଆଯାଏ। ତେବେ ଏହାଦ୍ୱାରା ଯେ ଉକ୍ତ ଅପରାଧ ପୁଣି ଥରେ ନହେବ ତାହା କହିହେବ ନାହିଁ। ତେବେ ଭାବନାର ଆଧାରରେ ଏପରି କରାଯାଇଥାଏ।
ଅନ୍ୟପଟେ ମୃତ୍ୟୁ ଦଣ୍ଡ ପରି ଦଣ୍ଡ ଦିଆଯାଇଥିବା କଲମ ଅନ୍ୟ କୌଣସି ଶୁଣାଣିରେ ବ୍ୟବହାର ନହେବା ପାଇଁ ଏପରି କରାଯାଇଥାଏ।

Launching Ceremony of “AYUSHMAN BHARAT

Comments are closed.