ମୁମ୍ବାଇ ବିମାନବନ୍ଦରରେ ବୋର୍ଡିଂ ପାସ୍ ଅଦଳବଦଳ କରି ୨ ବିଦେଶୀ ଗିରଫ

ନୂଆଦିଲ୍ଲୀ : ଶ୍ରୀଲଙ୍କା ଏବଂ ଜର୍ମାନୀର ୨ ଜଣ ନାଗରିକ ନିଜ ନିଜର ବୋର୍ଡିଂ ପାସ୍ ଅଦଳବଦଳ କରି ଗିରଫ ହୋଇଛନ୍ତି। ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଥିବା ଏକ ହୋଟେଲ୍ରେ ସେମାନେ ବୋର୍ଡିଂ ପାସ୍ ଅଦଳବଦଳ କରିବାପାଇଁ ଯୋଜନା କରିଥିଲେ ଏବଂ ପରେ ବିମାନବନ୍ଦର ୱାସରୁମ୍ରେ ଏହି ଯୋଜନା କାର୍ଯ୍ୟକାରୀ କରିଥିଲେ। ୨୨ ବର୍ଷୀୟ ଶ୍ରୀଲଙ୍କା ନାଗରିକଙ୍କର ବ୍ରିଟେନ ଯାଇ ଉତ୍ତମ କ୍ୟାରିୟର କରିବାର ଲକ୍ଷ୍ୟ ଥିଲା। କିନ୍ତୁ ତାଙ୍କ ପାଖରେ ନେପାଳ ରାଜଧାନୀ କାଠମାଣ୍ଡୁର ବୋର୍ଡିଂ ପାସ୍ ଥିଲା। ଅନ୍ୟପକ୍ଷେ ଜର୍ମାନୀ ନାଗରିକଙ୍କର କାଠମାଣ୍ଡୁ ଯିବାର ଥିଲା କିନ୍ତୁ ତାଙ୍କ ପାଖରେ ଲଣ୍ଡନ ବୋର୍ଡିଂ ପାସ୍ ଥିଲା। ତେଣୁ ସେମାନେ ଏନେଇ ବିଧିବଦ୍ଧ ଯୋଜନା କରିଥିଲେ। ଦୁହେଁ ବିମାନବନ୍ଦରର ୱାସରୁମ୍ରେ ବୋର୍ଡିଂ ପାସ ଅଦଳବଦଳ କରିଦେଇଥିଲେ। କିନ୍ତୁ ବିମାନ ସଂସ୍ଥାର ଜଣେ ଅଧିକାରୀ ଏହା ଜାଣିପାରି ଶ୍ରୀଲଙ୍କା ନାଗରିକଙ୍କ ଯାତ୍ରା କାଗଜପତ୍ରରେ ଅନିୟମିତତା ହୋଇଥିବା ଅଭିଯୋଗ କରିଥିଲେ। ଶ୍ରୀଲଙ୍କା ନାଗରିକଙ୍କ ବୋର୍ଡିଂ ପାସ୍ ନମ୍ବର ଏବଂ ଡିପାରଚର ଷ୍ଟାମ୍ପ ନମ୍ବର ଅଲଗା ଥିଲା। ତେଣୁ ଧରା ପଡ଼ିବାପରେ ଶ୍ରୀଲଙ୍କା ନାଗରିକ ଜଣକ ତାଙ୍କର ବାସ୍ତବ ପରିଚୟ ଦେଇଥିଲେ। ପରେ ତାଙ୍କୁ ଓ ଜର୍ମାନୀ ନାଗରିକଙ୍କୁ ପୁଲିସ ଗିରଫ କରିଥିଲା।

Launching Ceremony of “AYUSHMAN BHARAT

Comments are closed.