ଜାପାନ ଗସ୍ତରେ ମୁଖ୍ୟମନ୍ତ୍ରୀ ,୩ୟ ଦିନରେ ନିପ୍ପନ ଷ୍ଟିଲ୍ କଲେ ପରିଦର୍ଶନ

ଭୁବନେଶ୍ୱର /ଟୋକିଓ : ୭ ଦିନିଆ ଜାପାନ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ I ଏହି ସମୟରେ ଟୋକିଓରେ ଜାପାନର ପ୍ରମୁଖ ଷ୍ଟିଲ କମ୍ପାନୀ ମୁଖ୍ୟଙ୍କୁ ଭେଟିଛନ୍ତି। ସେଠାରେ ବଡ଼ ବଡ଼ କମ୍ପାନୀ ମୁଖ୍ୟଙ୍କ ସହ ସିଧା ସଳଖ କଥା ହୋଇ ପୁଞ୍ଜି ନିବେଶ କରିବାକୁ ଆହ୍ୱାନ ଦେବା ସହ ଆଜି ଟୋକିଓରେ ନିପ୍ପନ ଷ୍ଟିଲ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ I ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନିପ୍ପନ ଷ୍ଟିଲ୍ କର୍ପୋରେସନ୍ ଅଧ୍ୟକ୍ଷ ଇଜି ହାସିମୋଟାଙ୍କୁ ସାକ୍ଷାତ କରିଥିଲେ।

ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ପ୍ଲାଣ୍ଟ ବୁଲି ଦେଖିଛନ୍ତି ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳ । ସେମାନେ କିମିସ୍ତୁ ଷ୍ଟିଲ୍‌ ଓ୍ଵାର୍କ ପ୍ଲାଣ୍ଟ ଓ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସେଣ୍ଟର ପରିଦର୍ଶନ କରିଛନ୍ତି । ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳରେ ଅଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ମୁଖ୍ୟ ସଚିବ ପ୍ରଦୀପ ଜେନା, ଫାଇଭ୍‌ ଟି ସଚିବ ଭି. କେ.ପାଣ୍ଡିଆନ୍‌, ଶିଳ୍ପ ସଚିବ ହେମନ୍ତ ଶର୍ମା, ଇପିକଲ୍‌ ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆ ପ୍ରମୁଖ । ନିପ୍ପନ ଷ୍ଟିଲ୍‌ ପ୍ଲାଣ୍ଟ ବୁଲି ଦେଖିବା ବେଳେ ସେମାନଙ୍କର ପରିବେଶ ଉପଯୋଗୀ ପଦକ୍ଷେପ ଦେଖି ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଛନ୍ତି ।

ଜାପାନ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ପୂର୍ବରୁ ନିପନ୍ ଷ୍ଟିଲ୍ କର୍ପୋରେସନ୍ ଅଧ୍ୟକ୍ଷ ଇଜି ହାସିମୋଟାଙ୍କୁ ସାକ୍ଷାତ କରିଥିଲେ। ଉଭୟଙ୍କ ମଧ୍ୟରେ ଆଲୋଚନା ବେଳେ ରାଜ୍ୟରେ ନିପନ୍ କମ୍ପାନି ବାର୍ଷିକ ୩୦ ନିୟୁତ ଟନ୍ କ୍ଷମତାବିଶିଷ୍ଟ ଏକ ବିଶାଳ ଇସ୍ପାତ କାରଖାନା ସ୍ଥାପନ କରିବ। ଏନେଇ କମ୍ପାନି ଯୋଜନା ରଖିଥିବା ବିଷୟରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ହାସିମୋଟା ଓ ତାଙ୍କ ଟିମକୁ ମୁଖ୍ୟମନ୍ତ୍ରୀ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଗ୍ରୀନ୍‌ ଟେକ୍ନୋଲୋଜି ଉପଯୋଗରେ ଷ୍ଟିଲ୍‌ ଉତ୍ପାଦନରେ ସେମାନେ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ସହଯୋଗରେ କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ହେବାକୁ ଥିବା ଷ୍ଟିଲ ପ୍ଲାଣ୍ଟ ନେଇ ଆଶାବାଦୀ ଥିବା କହିଛନ୍ତି I ଗତକାଲି ଟୋକିଓରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଜନେସ୍‌ ମିଟରେ ଯୋଗ ଦେବା ସହ ୧୨ଟି ବଡ଼ବଡ଼ ଇଣ୍ଡଷ୍ଟ୍ରିର କ୍ୟାପଟେନଙ୍କ ସହ ୱାନ ଟୁ ୱାନ ଆଲୋଚନା କରିଥିଲେ । ଓଡ଼ିଶାରେ ପ୍ରଚୁର ସମ୍ବଳ ଓ ବିପୁଳ ସୁଯୋଗ ଅଛି । ଓଡ଼ିଶା ଆସ ଓ ନିବେଶ କର ବୋଲି ଜାପାନରେ ପୁଞ୍ଜିପତିଙ୍କୁ ଆହ୍ଵାନ କରିଥିଲେ ମୁଖ୍ୟମନ୍ତ୍ରୀ । କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲର ଦୁଇଟି ପ୍ରକଳ୍ପକୁ ମଂଜୁରୀ ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଜାପାନରୁ ଓଡ଼ିଶାକୁ ଆସିଛି ୨୬ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବ ।

Launching Ceremony of “AYUSHMAN BHARAT

Comments are closed.