ସଡକ ଦୁର୍ଘଟଣାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ମୃତ୍ୟୁ

ବେତନଟୀ : ରାଜ୍ୟରେ ପରିବହନ କର୍ତୃପକ୍ଷ ଙ୍କ ଦ୍ୱାରା ପାଳନ ହେଉଛି ମୃତ୍ୟୁ ଶୂନ୍ୟ ସପ୍ତାହ I ଦୁର୍ଘଟଣା ହ୍ରାସ ପାଇଁ ରାଜ୍ୟବ୍ୟାପୀ ଯାଞ୍ଚ୍‌ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି Iଏହି ସପ୍ତାହ ପାଳନ ଆଜିକୁ ୪ ଦିନ ବିତିଥିଲେ ମଧ୍ୟ ଦୁର୍ଘଟଣା ଜନିତ ମୃତ୍ୟୁରେ ଲାଗି ପାରୁନାହିଁ ରୋକ I ପ୍ରତିଦିନ କେଉଁଠି ନା କେଉଁଠି ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ଖବର ସାମ୍ନା କୁ ଆସୁଛି I ସେହିପରି ମଙ୍ଗଳବାର ମଧ୍ୟାହ୍ନରେ ମୟୁରଭଞ୍ଜ ଜିଲ୍ଲା ବେତନଟୀ ନିକଟ କଚିମବିଲା ନିକଟରେ ଘଟି ଯାଇଛି ସଡ଼କ ଦୁର୍ଘଟଣା I ଦୁର୍ଘଟଣାରେ ଜଣେ ପୂର୍ବତନ ହାଇସ୍କୁଲ ପ୍ରଧାନଶିକ୍ଷକ କେଶବ ଚନ୍ଦ୍ର ସାହୁ(୬୩)ଙ୍କର ମୃତ୍ୟୁ ଘଟିଛି ।

ଘଟନାନୁସାରେ,ପ୍ରଧାନ ଶିକ୍ଷକ କେଶବ ଚନ୍ଦ୍ର ଅବସର ପରେ ସୁରେଇଡିହି ସ୍ଥିତ ଶ୍ରୀରାମଜୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ I ପ୍ରତିଦିନ ଭଳି ଆଜି ମଧ୍ୟ ସେ ସ୍କୁଲ ସାରି ନିଜ ସ୍କୁଟି ଯୋଗେ ବେତନଟୀ ପଟେ ଫେରୁଥିଲା ବେଳେ ବାରିପଦା ରୁ ବାଲେଶ୍ୱର ଆଡକୁ ଦ୍ରୁତ ଗତିରେ ଯାଉଥିବା ଏକ ବୋଲେରୋ ଧକ୍କା ମାରି ଚାଲି ଯାଇଥିଲା I ଗୁରୁତର ଅବସ୍ଥାରେ ତାଙ୍କୁ ବାରିପଦା ପିଆରଏମ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ଅଣାଯାଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ I ସେ ପୂର୍ବରୁ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ବିଜ୍ଞାନ ପରିଦର୍ଶକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ଭୀମଦା, ଗୁଡିଆଲବନ୍ଧ ଓ ସୁରେଇଡିହି ହାଇସ୍କୁଲରେ ସେ ପ୍ରଧାନ ଶିକ୍ଷକତା କରି ୨୦୧୯ମସିହାରେ ଚାକିରୀରୁ ଅବସର ଗ୍ରହଣ କରିଥିଲେ । ତାଙ୍କ ମୃତ୍ୟୁ ଖବର ପାଇବା ପରେ ଜିଲ୍ଲା ଶିକ୍ଷା ମହଲରେ ଶୋକ ଖେଳିଯାଇଛି ।

Launching Ceremony of “AYUSHMAN BHARAT

Comments are closed.