ଭୁବନେଶ୍ୱର : ୭ ଦିନିଆ ଜାପାନ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜାପାନରେ ପହଞ୍ଚିଛନ୍ତି। ଜାପାନରେ ଭାରତର ରାଷ୍ଟ୍ରଦୂର ଶିବି ଜର୍ଜ ଓ ଦୂତାବାସର ଅଧିକାରୀ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ତେବେ ନିବେଶକମାନଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରିବାକୁ ମୁଖ୍ୟ ଲକ୍ଷ ରଖିଛନ୍ତି ନବୀନ ।
ଆଜି ଜାପାନରେ ଆୟୋଜିତ ଓଡ଼ିଶା ବିଜନେସ ମିଟ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ । ଜାପାନର ବିଜିନେସ୍ ଟାଇକୁନଙ୍କ ସହ ଆଲୋଚନା କରିବେ । ଜାପାନରୁ କିପରି ଅଧିକ ପୁଞ୍ଜି ଆସିବ ତାହା ହେବ ନବୀନଙ୍କ ଫୋକସ ଓଡ଼ିଶାରେ ଅଧିକରୁ ଅଧିକ ପୁଞ୍ଜିନିବେଶ ପାଇଁ ରାଜ୍ୟ ସରକାର ସେମାନଙ୍କୁ ଆମନ୍ତ୍ରଣ କରିବେ । ଆଇଟି, ଶିଳ୍ପ, ପର୍ଯ୍ୟଟନ ଏବଂ କ୍ରୀଡ଼ା କ୍ଷେତ୍ର ରାଜ୍ୟ ସରକାରଙ୍କ ଫୋକସରେ ରହିବ ।
ମୁଖ୍ୟମନ୍ତ୍ରୀଙ୍କ ସହ ଜାପାନ ଗସ୍ତରେ ଯାଇଥିବା ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳ କିମ୍ସୁ ଷ୍ଟିଲ ଏବଂ ନିପନ ଷ୍ଟିଲ୍ର ରିସର୍ଚ୍ଚ ଆଣ୍ଡ ଡେଭଲପମଣ୍ଟ ସେଣ୍ଟର ବୁଲି ଦେଖିବେ । ଏହି ଗସ୍ତ ସମୟରେ ପୁଞ୍ଜି ଆଗମନ ନେଇ ସେ ଖୁବ ଆଶାବାଦୀ ଅଛନ୍ତି ବୋଲି 5-T ସଚିବଙ୍କ ସହ କଥୋପକଥନ ବେଳେ କହିଛନ୍ତି ମୁଖ୍ୟମନ୍ତ୍ରୀ। ଜାପାନ ଗସ୍ତରୁ ଓଡ଼ିଶାକୁ ପ୍ରାୟ ୫ ବିଲିୟନ ପୁଞ୍ଜିନିବେଶ ଆସିବା ନେଇ ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।
ଏହି ଅବସରରେ ଟୋକିଓରେ ପ୍ରବାସୀ ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟିବାର କାର୍ଯ୍ୟକ୍ରମ ରହିଛି । କ୍ୟୋଟୋରେ ରହିଛି ରାଉଣ୍ଡଟେବୁଲ ବୈଠକ । ଯେଉଁଥିରେ ରାଜ୍ୟର ପର୍ଯ୍ୟଟନ, ବୁଦ୍ଧିଷ୍ଟ ଏବଂ ଇକୋ ଟୁରୁଜିମ କ୍ଷେତ୍ରରେ ଓଡ଼ିଶା-ଜାପାନ ମଧ୍ୟରେ କଣ ସହଭାଗିତାର ସୁଯୋଗ ରହିଛି, ସେ ସମ୍ପର୍କରେ ଆଲୋଚନା ହେବ ।

Comments are closed.