ମହୁ ଓ ଚାଉଳରେ କରାନ୍ତୁ ଫେସିଆଲ, ଚମକିବ ତ୍ୱଚା

ସମୟ ଲାଇଭ, ୨୬/୧୧: ଆପଣ ଆପଣଙ୍କ ତ୍ୱଚା ଚମକାଇବା ପାଇଁ ପାର୍ଲର ଠାରୁ ଆରମ୍ଭ କରି ଅନେକ ଘରୋଇ ଉପଚାର ଆପଣାଇଥା’ନ୍ତି। ତେବେ ମହୁ ଓ ଚାଉଳର ଫେସିଆଲ କେବେ କରିଛନ୍ତି କି? ଫେସିଆଲ ପାଇଁ ଆବଶ୍ୟକ କ୍ଲିନ୍‍ଜର, ସ୍କ୍ରବ୍‍, ମସାଜ କ୍ରିମ୍‍ ଓ ଫେସ୍‍ ପ୍ୟାକ୍‍ ଆପଣ ଓ ମହୁ ଓ ଚାଉଳରେ ପ୍ରସ୍ତୁତ କରନ୍ତୁ। ଦେଖିବେ ଆପଣଙ୍କ ତ୍ୱଚା ଖୁବ୍‍ କମ୍‍ ଦିନ ମଧ୍ୟରେ ଚମକିବାକୁ ଲାଗିବ।
ପ୍ରଥମେ ମୁହଁ କ୍ଲିନ୍‍ଜିଂ ପାଇଁ ଆପଣ ଶୁଦ୍ଧ ମହୁରେ ମହୁରେ ମୁହଁକୁ ପୋଛି ଦିଅନ୍ତୁ। ତେବେ କ୍ଲିନ୍‍ଜିଂ ପୂର୍ବରୁ ଉଷୁମ ପାଣିରେ ସୂତା କପଡ଼ା ବୁଡ଼ାଇ ହାଲୁକା ଭାବେ ମୁହଁ ସଫା କରନ୍ତୁ। ଏହାଦ୍ୱାରା ମୁହଁର ଛିଦ୍ର ଗୁଡ଼ିକ ଖୋଲିଯାଇଥାଏ।
ଏହାପରେ ଆପଣ ପ୍ରସ୍ତୁତ କରିଥିବା ସ୍କ୍ରବ୍‍ ମୁହଁରେ ଲଗାଇ ବୃତ୍ତାକାର ଭାବେ ମୁହଁରେ ଧିରେ ଧିରେ ଘଷନ୍ତୁ। ତେବେ ସ୍କ୍ରବ ପ୍ରସ୍ତୁତି ପାଇଁ ଆପଣ କିଛି ଭଲଭାବେ ଚୂରା ଯାଇଥିବା ଚାଉଳଗୁଣ୍ଡ ନିଅନ୍ତୁ। ଏଥିରେ କେଇ ବୁନ୍ଦା ମହୁ ଓ ୪-୫ ଟୋପ ଲେମ୍ବୁ ଓ ଟମାଟୋ ରସ ମିଶାନ୍ତୁ। ଏହି ମିଶ୍ରଣକୁ ସ୍କ୍ରବ ଭାବେ ବ୍ୟବହାର କରନ୍ତୁ। ୧୦ ମିନିଟ୍‍ ପରେ ମୁହଁ ସଫା ପାଣିରେ ଧୋଇଦିଅନ୍ତୁ।
ଏହାପରେ ଆପଣ ମୁହଁରେ ମସାଜ କ୍ରିମ୍‍ ଲଗାନ୍ତୁ। ତେବେ ମସାଜ କ୍ରିମ୍‍ ପ୍ରସ୍ତୁତି ପାଇଁ ମହୁରେ କିଛି ଦହି ମିଶାଇ ମସାଜ କ୍ରିମ୍‍ ପ୍ରସ୍ତୁତ କରିବା ସହ ଏହାକୁ ମୁହଁରେ ଭଲ ଭାବେ ମସାଜ କରନ୍ତୁ।
ଏହାପରେ ଆପଣ ମୁହଁରେ ଯେଉଁ ଫେସପ୍ୟାକ୍‍ ଲଗାଇବେ ତାହା ପ୍ରସ୍ତୁତି ପାଇଁ ମୁଲତାନୀ ମାଟିରେ ମହୁ ଓ ଗୋଲାପଜଳ ମିଶାନ୍ତୁ। ଭଲ ଭାବରେ ଘାଣ୍ଟି ମୁହଁରେ ଲଗାନ୍ତୁ।
ଉୁହଁ ଧୋଇବା ପରେ ଆପଣ ତ୍ୱଚାରେ ଫରକ ଜାଣିପାରିବେ।

Launching Ceremony of “AYUSHMAN BHARAT

Comments are closed.