କମ୍‍ ସମୟରେ ନଖରୁ ନେଲପଲିସ୍‍ ଛାଡ଼ିଯାଉଛି କି ?

ନେଲପଲିସ୍‍ ଲଗାଇବା ସାଧାରଣତଃ ଝିଅ ମାନଙ୍କର ପ୍ରଥମ ପସନ୍ଦ।ହାତର ସୌନ୍ଦର୍ୟ୍ୟ ବଢାଇବାରେ ଏହା ସହାୟକ ହୋଇଥାଏ। ସେଥିପାଇଁ ଝିଅମାନେ ସାଧାରଣତଃ ବିଭିନ୍ନ ରଙ୍ଗର ନେଲ୍‍ପଲିସ୍‍ ଲଗାଇଥାନ୍ତି। ଅନେକ ସମୟରେ ଦେଖାଯାଏ ନେଲ ପଲିସ୍‍ ଲଗାଇବାର କିଛି ସମୟ ପରେ ପାଣି ସହ ଜଡ଼ିତ କିଛି କାର୍ୟ୍ୟ କରିବା ଦ୍ୱାରା ନେଲପଲିସ୍‍ ଛାଡ଼ିଯାଏ। ଯାହା ଏକ ସମସ୍ୟା ଭାବେ ଉଭା ହୁଏ। ତେବେ ଆସନ୍ତୁ ନେଲ୍‍ପିଲିସକୁ ଅଧିକ ସମୟ ରଖିବା ପାଇଁ ଜାଣିବା କିଛି ସହଜ ଉପାୟ।
୧- ନଖକୁ ସଫା କରି ନେଲପଲିସ୍‍ ଲଗାନ୍ତୁ- ଅଧିକାଂଶ ସମୟରେ ଝିଅ ମାନେ ନଖ ସଫା ନକରି ନେଲ୍‍ ପଲିସ୍‍ ଲଗାଇଥାନ୍ତି। ଯାହାଦ୍ୱାରା ନଖରେ ପୂର୍ବରୁ ଲାଗିଥିବା ନେଲପଲିସ୍‍ ରହି ନଖରେ ନେଲ ପଲିସର ସ୍ତରକୁ ମୋଟା କରିଦେଇଥାଏ।ଫଳରେ ନେଲପଲିସ୍‍ ଛାଡ଼ିଯାଏ।
୨-ନେଲପଲିସ୍‍ ଶିଶିକୁ ଭଲକରି ହଲାଇ ଦିଅନ୍ତୁ- ନେଲ୍‍ ପଲିସ୍‍ର ଶିଶିକୁ ଭଲକରି ହଲାଇବା ଦ୍ୱାରା ନେଲ୍‍ ପଲିସ୍‍ ମିଶ୍ରିତ ହୋଇଥାଏ। ଯାହା ଦ୍ୱାରା ନେଲ୍‍ ପଲିସର ରଙ୍ଗ ଗାଢ ହୋଇଥାଏ।
୩-ନେଲ ପଲିସ୍‍ ଲଗାଇବା ପୂର୍ବରୁ ବେସ୍‍ରଙ୍ଗ ଲଗାନ୍ତୁ- ନଖରେ ନେଲ ପଲିସ୍‍ ଲଗାଇବା ପୂର୍ବରୁ ବେସ୍‍ କଲର ଲଗାନ୍ତୁ। ଯାହାଦ୍ୱାରା ନେଲ ପଲିସ୍‍ ଅଧିକ ଦିନ ରହିଥାଏ।
୪-ନେଲ୍‍ ପଲିସ୍‍ ଦୁଇ ତିନ ଥର ଲଗାନ୍ତୁ- ନଖରେ ନେଲ ପଲିସ୍‍କୁ ଦୁଇ ତିନି ଥର ଲଗାନ୍ତୁ। ପ୍ରଥମଥର ନେଲ ପଲିସ୍‍ ଲଗାଇବାର କିଛି ସମୟ ପରେ ପୁଣିଥରେ ଲଗାନ୍ତୁ ।

Launching Ceremony of “AYUSHMAN BHARAT

Comments are closed.