ଉପେନ୍ଦ୍ର କୁଶୱାହାଙ୍କୁ Y + ସୁରକ୍ଷା,ଗୃହ ମନ୍ତ୍ରଣାଳୟ ଦେଲେ ନିର୍ଦେଶ

ନୂଆଦିଲ୍ଲୀ : ଜେଡିୟୁ ରୁ ଅଲଗା ହୋଇଥିବା ନେତା ଉପେନ୍ଦ୍ର କୁଶୱାଙ୍କ ବଢ଼ିଲା ସୁରକ୍ଷା I କେନ୍ଦ୍ର ସରକାରଙ୍କ ନିର୍ଦେଶରେ ତାଙ୍କୁ ମିଳିଛି Y ପ୍ଲସ୍ ସୁରକ୍ଷା । ଜେଡିୟୁ ରୁ ଅଲଗା ହୋଇ ସେ ନିଜର ନୂତନ ଦଳ ଗଠନ କରିଛନ୍ତି,ତେଣୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ କେନ୍ଦ୍ର ସରକାରଙ୍କ ତରଫରୁ ତାଙ୍କୁ ଭିଆଇପି ସୁରକ୍ଷା ପ୍ରଦାନ କରାଯାଇଛି । ଜେଡିୟୁ ରୁ ତାଙ୍କର ଅଲଗା ହେବା ନେଇ ବହୁ ପୂର୍ବରୁ ଚର୍ଚ୍ଚା ହେଉଥିଲା I ଏହି ସୁରକ୍ଷା ପାଇବା ପରେ ଉପେନ୍ଦ୍ର କୁଶୱାହା କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।

ନିକଟରେ ଆଇବି ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ ଉପେନ୍ଦ୍ର କୁଶୱାଙ୍କ ଉପରେ ବିପଦ ଆଶଙ୍କା କରାଯାଇଥିଲା Iଏପରିକି ତାଙ୍କ ଉପରେ କୌଣସି ସମୟରେ ଆକ୍ରମଣ କରାଯାଇପାରେ ବୋଲି ସୂଚନା ରହିଥିଲା । ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ତାଙ୍କୁ Y ପ୍ଲସ ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଇଛନ୍ତି।

Y ପ୍ଲସ ବର୍ଗର ସୁରକ୍ଷାରେ କୁଶୱାହାଙ୍କ ସୁରକ୍ଷାରେ ୧୧ ଜଣ କମାଣ୍ଡୋ ନିୟୋଜିତ ହେବେ। ଏଥିରେ ୫ ଷ୍ଟାଟିକ୍ ପୋଲିସ୍ କର୍ମଚାରୀ ସୁରକ୍ଷା ପାଇଁ ଭିଆଇପିଙ୍କ ଘରେ ଏବଂ ଆଖପାଖରେ ରହିବେ। ଏଥିସହ ୬ ଜଣ ପିଏସ୍‌ଓ ତିନୋଟି ସିଫ୍ଟରେ ସୁରକ୍ଷା ଯୋଗାଇଦେବେ।

ଏହାପୂର୍ବରୁ ଗୃହ ମନ୍ତ୍ରଣାଳୟ ଦ୍ୱାରା ଚିରାଗ ପାସୱାନଙ୍କୁ Z ବର୍ଗର ସୁରକ୍ଷା ଦେବା ବ୍ୟତୀତ ବିକାଶଶୀଳ ଇନସାନ ପାର୍ଟିର ନେତା ମୁକେଶ ସାହନିଙ୍କୁ Y + ବର୍ଗର ସୁରକ୍ଷା ଦିଆଯାଇଛି। କେନ୍ଦ୍ର ସରକାର କୁଶୱାହାଙ୍କୁ Y+ ସୁରକ୍ଷା ଦେବା ପରେ ବିଭିନ୍ନ ରାଜନୈତିକ କଳ୍ପନାଜଳ୍ପନା ମଧ୍ୟ ଆରମ୍ଭ ହୋଇଯାଇଛି। ସୂଚନାନୁସାରେ, ଜିତାନ ରାମ ମାଂଝୀ ମଧ୍ୟ ଖୁବ ଶୀଘ୍ର କେନ୍ଦ୍ରର ସୁରକ୍ଷା ପାଇପାରନ୍ତି।

Launching Ceremony of “AYUSHMAN BHARAT

Comments are closed.