ପରିବାର ଅଦାଲତରେ ସରିଲା ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ

ଭୁବନେଶ୍ୱର : ଷ୍ଟାର ଦମ୍ପତ୍ତିଙ୍କ ପାରିବାରିକ ବିବାଦ ମାମଲା I ପୁଣି ଥରେ କୋର୍ଟରେ ହଜାର ହେଲେ ଅଭିନେତ୍ରୀ ବର୍ଷା ଓ ଅନୁଭବ I ଏହି ମାମଲାରେ ଗୁରୁବାର କଟକ ଫାମିଲି କୋର୍ଟରେ ଶୁଣାଣି ହୋଇଛି। ଅଦାଲତରେ ବର୍ଷାଙ୍କ ସାଖ୍ୟ ଗ୍ରହଣ ପ୍ରକ୍ରିୟା ସରିଥିବା ବେଳେ ଜେରା ଅସମ୍ପୂର୍ଣ ରହିଛି।

ଗୁରୁବାର ପ୍ରଥମଥର ଅନୁଭବ କୋର୍ଟରେ ପ୍ରଶ୍ନ କରିଛନ୍ତି। ତାଙ୍କ ଓକିଲ ମଧ୍ୟ ଅନେକ ବିବାଦୀୟ ପ୍ରସଙ୍ଗ କୋର୍ଟରେ ଉଠାଇଥିବା ଜଣାପଡ଼ିଛି। ଯାହାକୁ ନେଇ ବର୍ଷା ଆପତ୍ତି ଉଠାଇଛନ୍ତି। ତେବେ ଶୁଣାଣି ବେଳେ ୨ଟି ପର୍ଯ୍ୟାୟରେ ବର୍ଷାଙ୍କୁ ଜେରା କରାଯାଇଥିଲା।

ଅନ୍ୟପଟେ ଅନୁଭବଙ୍କ ଓକିଲ ଅନାବଶ୍ୟକ ପ୍ରଶ୍ନ କରିଥିବା ବର୍ଷା ଅଭିଯୋଗ କରିଛନ୍ତି। ବର୍ଷାଙ୍କୁ ବାରମ୍ବାର ଗୋଟିଏ ପ୍ରଶ୍ନ ପଚରାଯାଇଥିଲା ବୋଲି ତାଙ୍କ ଓକିଲ କହିଛନ୍ତି। ସେପଟେ ଏହାକୁ ଅନୁଭବଙ୍କ ଓକିଲ ଖଣ୍ଡନ କରିଛନ୍ତି। ବର୍ଷା ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଚେଷ୍ଟା କରୁଥିବା ବର୍ଷାଙ୍କ ଓକିଲ ସିଦ୍ଧାର୍ଥ ଦାସ ସୂଚନା ଦେଇଛନ୍ତି । ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଅନୁଭବଙ୍କ ଓକିଲ ଗୀତା ଲୁଥ୍ରା । ଆମ ତରଫରୁ କୌଣସି ପ୍ରକାର ଅନାବଶ୍ୟକ ପ୍ରଶ୍ନ ପଚରା ଯାଇନଥିଲା । ସମସ୍ତ ପ୍ରଶ୍ନ ଯଥାର୍ଥ ଥିଲା ।

Launching Ceremony of “AYUSHMAN BHARAT

Comments are closed.