ନୂଆଦିଲ୍ଲୀ : ଆଜି (୨୭-୦୧) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପରୀକ୍ଷା ପେ’ ଚର୍ଚ୍ଚା’ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ର ଛାତ୍ରୀ , ଅଭିଭାବକ ଏବଂ ଶିକ୍ଷକମାନଙ୍କ ସହିତ ଆଲୋଚନା କରିବେ ।ସକାଳ ୧୧ଟାରେ ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଆୟୋଜିତ ହେବ ଏହି କାର୍ଯ୍ୟକ୍ରମ । ଏହି ଲାଇଭ କାର୍ଯ୍ୟକ୍ରମରେ ୨୦୦ ଛାତ୍ର ଓ ଶିକ୍ଷକ ଅଂଶଗ୍ରହଣ କରିବେ I ଏଥିମଧ୍ୟରେ କଳା ଉତ୍କଳ ପ୍ରତିଯୋଗିତାର ପ୍ରାୟ ୮୦ ବିଜେତା ଏବଂ ଦେଶର ୧୦୨ ଛାତ୍ର ଏବଂ ଶିକ୍ଷକ ଅନ୍ତର୍ଭୁକ୍ତ।
ଏହା ବ୍ୟତୀତ ସାରା ଦେଶରେ ଛାତ୍ର, ଶିକ୍ଷକ ଏବଂ ଅଭିଭାବକମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପିଏମ ମୋଦୀଙ୍କ ‘ପରୀକ୍ଷା ପେ’ଚର୍ଚ୍ଚା’ କାର୍ଯ୍ୟକ୍ରମ ଦେଖି ପାରିବେ I ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ମନରୁ ବୋର୍ଡ ପରୀକ୍ଷାର ଭୟ ଦୂର କରିବାର ଟ୍ରିକ୍ସ ଦେବେ I ଦେଶର ୩୮ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେବେ ପ୍ରଧାନମନ୍ତ୍ରୀ I ଚଳିତ ବର୍ଷ ପ୍ରାୟ ୩୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ପଞ୍ଜିକୃତ ହୋଇଛନ୍ତି, ଯାହା ଗତ ବର୍ଷ ତୁଳନାରେ ଦୁଇଗୁଣ ଅଧିକ। ସେଥିମଧ୍ୟରୁ ୧୬ ଲକ୍ଷ ପଞ୍ଜିକରଣ କେବଳ ବିଭିନ୍ନ ରାଜ୍ୟ ବୋର୍ଡରୁ ଆସିଛି। ଏହାବାଦ ଚଳିତ ବର୍ଷ ୧୫୫ ଦେଶର ଛାତ୍ରଛାତ୍ରୀଙ୍କ ନାମ ଏହି କାର୍ଯ୍ୟକ୍ରମ ପାଇଁ ପଞ୍ଜିକୃତ ହୋଇଛି।
ପରିକ୍ଷା ପେ ଚର୍ଚ୍ଚା ଏହାର ଏକ ନିଆରା କାର୍ଯ୍ୟକ୍ରମ, ଯାହା ପ୍ରତିବର୍ଷ ବୋର୍ଡ ପରୀକ୍ଷା ପୂର୍ବରୁ ଆୟୋଜିତ ହୋଇଥାଏ। ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଯେଉଁଥିରେ ପ୍ରଧାନମନ୍ତ୍ରୀ ଦେଶର ଶିଶୁ, ଶିକ୍ଷକ ଏବଂ ଅଭିଭାବକଙ୍କ ସହ ଯୋଗାଯୋଗ କରିଥିଲେ।
ଆଗକୁ ପରୀକ୍ଷା ଋତୁ ଆସୁଛି । ଦଶମ, ଏକାଦଶ, ICSE, CBSE, ସହ ଯୁକ୍ତ 2 ପରୀକ୍ଷା ମଧ୍ୟ ହେବ । ତା ପୂର୍ବରୁ ପରୀକ୍ଷାର୍ଥୀଙ୍କ ସହ ଆଲୋଚନା କରି ତାଙ୍କ ମାନସିକ ଚାପକୁ କମ୍ କରିବାକୁ ଆଜି ଉଦ୍ୟମ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିବେ । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଜନ ଆନ୍ଦୋଳନରେ ପରିଣତ ହୋଇଛି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ ଦିଗରେ ଏହି କାର୍ଯ୍ୟକ୍ରମକୁ ଦେଶର ଲୋକମାନେ ସକରାତ୍ମକ ଭାବେ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ଛାତ୍ରଛାତ୍ରୀଙ୍କ ପ୍ରଶ୍ନୋତର ଓ ଆଲୋଚନା କାର୍ଯ୍ୟକ୍ରମ ଜୀବନ ପ୍ରତି ଏକ ନୂଆ ଦୃଷ୍ଟିକୋଣ । ଏହା ବିଦ୍ୟାର୍ଥୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢାଉଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

Comments are closed.