ପ୍ରଥମ ଦେଖାରେ ସାଥୀଙ୍କ ସହ କିପରି ହେବା ଉଚିତ୍‍ ଜାଣିବା ପାଇଁ ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର….

ଆପଣଙ୍କ ସଂସ୍ପର୍ଶରେ ଆସିଥିବା ଝିଅଙ୍କୁ ପସନ୍ଦ କରିବା ପରେ ତାଙ୍କ ସହ ଭାବ ବିନିମୟ କରିବାରେ କୌଣସି ଅସୁବିଧା ହୋଇ ନଥାଏ। କିନ୍ତୁ ଆପଣଙ୍କ ପାଇଁ ଘରଲୋକ ପସନ୍ଦ କରିଥିବା ଝିଅ ସହ କଥା ହେବାକୁ ଅସହଜ ମନେ କରନ୍ତି। ଯଦି ଆପଣ ସେହି ଝିଅଙ୍କୁ ପସନ୍ଦ କରିବାରେ ଲାଗିଛନ୍ତି କିନ୍ତୁ କଥା ହେବାକୁ କୁଣ୍ଠାବୋଧ ମନେ କରୁଛନ୍ତି ତେବେ ଆପଣାନ୍ତୁ ଏହି କେତୋଟି ସରଳ ଉପାୟ।

୧) ହସ ମଣିଷର ଭାବନାକୁ ସବୁଠାରୁ ଭଲ ଭାବେ ପ୍ରକାଶ କରିଥାଏ। ଏଣୁ ସାଥୀଙ୍କ ସହ କଥା ହେବା ସମୟରେ ଆପଣଙ୍କ ମୁହଁରେ ସାମାନ୍ୟ ହସ ରହିବା ଆବଶ୍ୟକ। ଏହା ସହ ସାଥୀଙ୍କ ଓଠର ହସର ପରିଭାଷା ବୁଝିବାକୁ ଚେଷ୍ଟା କରନ୍ତୁ।
୨) ସାଥୀ ଆପଣଙ୍କ ପରିଚୟ ଜାଣିଥିଲେ ମଧ୍ୟ ନିଜକୁ ସାମାନ୍ୟ ପରିଚୟ କରାନ୍ତୁ। ଯେହେତୁ ଆପଣ ପୁଅ ଆପଣ ପ୍ରଥମେ ବାର୍ତ୍ତାଳାପ ଆରମ୍ଭ କରନ୍ତୁ।

୩) କୌଣସି ଗୁରୁତ୍ୱପୂର୍ଣ୍ଣ କଥାରୁ ବାର୍ତ୍ତାଳାପ ଆରମ୍ଭ ନକରି କିଛି ହାଲୁକା-ଫୁଲକା କଥା ହୁଅନ୍ତୁ।
୪)ସାଥୀଙ୍କୁ ସୁନ୍ଦର କହିବା ପରିବର୍ତ୍ତେ ସାଥୀ ପିନ୍ଧିଥିବା ପୋଷାକର ରଙ୍ଗକୁ ଆପଣ ପସନ୍ଦ କରୁଥିବା କୁହନ୍ତୁ।
୫) କେଉଁଠାରେ ପାଠ ପଢ଼ୁଥିଲେ ବା ପଢ଼ୁଛନ୍ତି ସେ ଅନୁଷ୍ଠାନ ବିଷୟରେ କିଛି ଗପସପ କରନ୍ତୁ।
୬)ଆପଣ ଆପଣଙ୍କ ସାଙ୍ଗମାନଙ୍କ ସହ ଯେପରି ମିଶନ୍ତି ତାଙ୍କ ସହ ଠିକ୍‍ ସେହିପରି ବ୍ୟବହାର କରନ୍ତୁ। ଏପରି ସ୍ୱଭାବ ଝିଅମାନଙ୍କୁ ଖୁବ୍‍ ଭଲ ଲାଗିଥାଏ।

୭) ସାଥୀଙ୍କ ପରିବାର ଲୋକଙ୍କ ବିଷୟରେ ମଧ୍ୟ ପଚାରି ପାରନ୍ତି।
୮) ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ପ୍ରଥମ କରି ସାଥୀଙ୍କୁ ଦେଖା କରିବାକୁ ଯାଉଥିଲେ ଏକା ଯାଆନ୍ତୁ ନାହିଁ ସାଥୀରେ ଛୋଟ ପିଲାଙ୍କୁ କିମ୍ବା ସାନ ଭାଇ ଭଉଣୀଙ୍କୁ ନେଇ ଯାଆନ୍ତୁ। ସାଥୀଙ୍କ ସହ କେହି ଆସୁଥିଲେ ଖୁସି ଅନୁଭବ କରନ୍ତୁ କାରଣ ଏହା ଆପଣଙ୍କ ପ୍ରଥମ ଦେଖା।

୯)ଖାଦ୍ୟ ପାନୀୟରେ ଏପରି କିଛି ଜିନିଷ ନିଅନ୍ତୁ ଯେଉଁଥିରେ ସାଥୀ ଅସହଜ ମନେ କରୁ ନଥିବେ।
୧୦) ସାଥୀଙ୍କ ଅତୀତ ବିଷୟରେ ପଚାରି ବୁଝନ୍ତୁ ନାହିଁ। ଏହା ତାଙ୍କ ମନରେ ଆପଣଙ୍କ ପ୍ରତି ଖରାପ ଭାବନା ଆଣିଥାଏ। ଏପରିକି ନିଜ ଅତୀତ ସମ୍ପର୍କରେ ମଧ୍ୟ ବିଶେଷ ଆଲୋଚନା କରନ୍ତୁ ନାହିଁ।

Launching Ceremony of “AYUSHMAN BHARAT

Comments are closed.