ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ , ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଓ ସହଯୋଗୀ ଖଗେଶ୍ୱରର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି ହେବ। ଏ ନେଇ କଠୋର ନିଷ୍ପତି ନେଇଛି ଇଡି I ଏନେଇ ଇଡି ୩ ଜଣଙ୍କୁ ନୋଟିସ୍ କରିବ। ଏତେ ଅଳ୍ପ ଦିନ ମଧ୍ୟରେ ଅମାପ ସମ୍ପତ୍ତିର ଅଧିକାରିଣୀ ହୋଇଥିବା ଅର୍ଚ୍ଚନା,ନିଜ ସମ୍ପତ୍ତିର ସଠିକ ଭାବରେ ହିସାବ ଦେଇ ପାରିନାହାନ୍ତି I ସେହିପରି ସେମାନଙ୍କର ବିଜନେସ ପାର୍ଟନର ଖଗେଶ୍ଵରର ମଧ୍ୟ ଏହି କଲା କାରବାରରେ ସମାନ ସମ୍ପୃକ୍ତି ରହିଥିବା ଯାଞ୍ଚ ବେଳେ ଇଡି ଜାଣିବାକୁ ପାଇଛି I ତେଣୁ ନୋଟିସରେ ଇଡି ପଚାରିଛି ଏତେ ଗୁଡ଼ିଏ ସମ୍ପତ୍ତି ତୁମେମାନେ ଏତେ କମ ଦିନରେ କେମିତି ଅର୍ଜନ କଲ, ତାର ଉତ୍ତର ରଖ। ଯଦି ଠିକ୍ ଭାବେ ଉତ୍ତର ନ ରଖି ପାରୁଛ, ତୁମ ସମ୍ପତ୍ତି କାହିଁକି ବାଜ୍ୟାପ୍ତି ନ ହେବ, ତୁରନ୍ତ ଜଣାଅ। ଏହି ନୋଟିସ୍ଇ ଡି ଝାରପଡ଼ା ଜେଲ ଯାଇ ୩ ଜଣଙ୍କୁ ପ୍ରଦାନ କରିବାକୁ ସ୍ଥିର କରିଛି। ଇଡିର କେତେକ ଅଧିକାରୀ ଏଥିପାଇଁ ଦିଲ୍ଲୀ ଯାଇ ବରିଷ୍ଠ ଅଧିକାରୀ ଓ ଏଡଜୁକେଟିଙ୍ଗ୍ ଅଥରିଟିଙ୍କୁ ମଧ୍ୟ ଅବଗତ କରାଇଥିଲେ। ଅର୍ଚ୍ଚନା, ଜଗବନ୍ଧୁ, ଖଗେଶ୍ବର ମାତ୍ର ୫ ବର୍ଷ ମଧ୍ୟରେ ସେକ୍ସୋଟର୍ସନ ମାଧ୍ୟମରେ ବ୍ଲାକମେଲ୍ କରି କୋଟି କୋଟି ଟଙ୍କା ଅର୍ଜନ କରିଥିବା କୁହାଯାଉଛି। ତେଣୁ ଏମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବାକୁ ଅନୁମତି ଦିଆଯାଉ। ଏଡଜୁକେଟିଙ୍ଗ୍ ଅଥରିଟି ଅନୁମତି ଦେବା ପରେ ଇଡି ୩ ଜଣଙ୍କ ସମ୍ପତ୍ତି ଆଟାଚ୍ କରିବା ପ୍ରକ୍ରିୟା ଆରମ୍ଭ କରିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଅନ୍ୟପଟେ,ଆଜି ଅର୍ଚ୍ଚନା ନାଗଙ୍କୁ ଜେଲରେ ଜେରା କରିବ ଇଡି । ଆସନ୍ତାକାଲି ଖଗେଶ୍ୱରଙ୍କୁ ଜେଲରେ ପଚରାଉଚରା କରିବ ପ୍ରବର୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନା ଓ ଖଗେଶ୍ୱରଙ୍କୁ ଗୋଟିଏ ଗୋଟିଏ ଦିନ ଜେରା କରିବା ନେଇ ଇଡି କୋର୍ଟରେ ଆବେଦନ କରିଥିଲା । କୋର୍ଟ ଇଡିର ଆବେଦନକୁ ଗ୍ରହଣ କରିବା ସହ ଜେରା କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ପୂର୍ବରୁ ଅର୍ଚ୍ଚନା ନାଗଙ୍କୁ ୧୩ ଦିନ, ଜଗବନ୍ଧୁଙ୍କୁ ୧୨ ଦିନ ଓ ଖଗେଶ୍ୱରଙ୍କୁ ୧୦ ଦିନ ରିମାଣ୍ଡରେ ଜେରା କରିଥିଲା ପ୍ରବର୍ତନ ନିର୍ଦ୍ଦେଶାଳୟ । ଏହି ଜେରା ବେଳେ ଇଡି ମନି ଲଣ୍ଡରିଂ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି ।

Comments are closed.