ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

ବାରିପଦା : ଆଜି ୧୨ ଘଣ୍ଟିିଆ ମୟୂରଭଞ୍ଜ ବନ୍ଦ ପାଳନ କରାଯାଇଛି I ଆଦିବାସୀ ଭାଷା ଓ ଶିକ୍ଷକଙ୍କୁ ନିୟମିତ ଦାବିରେ ଆଦିବାସୀ ସଂଗଠନ ପକ୍ଷରୁ ମୟୂରଭଞ୍ଜ ବନ୍ଦ ପାଳନ ହେଉଛି । ଅଲ୍‌ଚିକି, ହୋ ଓ ମୁଣ୍ଡାରୀ ଭାଷା ଶିକ୍ଷକଙ୍କୁ ନ୍ୟାୟ ଦାବିରେ ଆଜି ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବରେ ବାରିପଦା ସହର ସମେତ ସମଗ୍ର ଜିଲ୍ଲାରେ ଯାନବାହନ ଚଳାଚଳ ବାଣ୍ଡ ସହିତ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି I ଫଳରେ ଅନ୍ୟାନ୍ୟ ସେବା ବାଧାପ୍ରାପ୍ତ ରହିଛି ।

ପଡୋଶୀ ବିଚ୍ଛିନ୍ନାଞ୍ଚଳ ଝାଡ଼ଖଣ୍ଡ ସମେତ ମିଳିତ ଆଦିବାସୀ ସଙ୍ଗଠନର ଆହ୍ୱାନକ୍ରମେ ଏହି ବନ୍ଦ ଡାକରା ଦିଆଯାଇଛି I ସେହିଭଳି ମୟୁରଭଞ୍ଜ ଜିଲ୍ଲା ପେସା ସମନ୍ୱୟ କମିଟି, ମାସା ଆର୍ମି, ଭଞ୍ଜସେନା ଆଦିବାସୀ ସେଲ୍‌, ମୁଣ୍ଡାରୀ ସମାଜ ସାୱାର ଜାମଡ଼ା, ମାଝୀ ପାର୍ଗାନା ମାହାଲ, ଭାରତୀୟ ହୋ ଭାଷା କ୍ରିୟାନୁଷ୍ଠାନ କମିଟି, ‘ଓଡ଼ିଶା ଆସେକା ଆଦି ସଙ୍ଗଠନ ଏହାକୁ ସମର୍ଥନ ଜଣାଇଛନ୍ତି। ବନ୍ଦ ପାଳନରେ ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ ସମେତ ଯାନବାହନ ଚଳାଚଳ ବନ୍ଦ ରଖିବା ଲାଗି ସଙ୍ଗଠନ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରଚାର କରାଯାଇଛି।

ସୂଚନାନୁସାରେ, ଜିଲ୍ଲାରେ ୨୦୦୭ରେ ରାଜ୍ୟ ସରକାର ୧୦୦ ଜଣ ଅଲିଚିକି କମ୍ୟୁନିଟି ମୋବିଲାଇଜର ଓ ୨୦୦୯ରେ ୨୦ଜଣ ମୁଣ୍ଡାରୀ ଶିକ୍ଷକଙ୍କୁ ନିଯୁକ୍ତି ଦେଇଥିଲେ । ସ୍ୱଳ୍ପ ଦରମା ପାଉଥିବା ସତ୍ୱେ ବିଦ୍ୟାଳୟରେ ଏମାନେ ଅନ୍ୟ ଶିକ୍ଷକଙ୍କ ଭଳି ଶିକ୍ଷାଦାନ କରିବା ସଙ୍ଗେ ସଙ୍ଗେ ସରକାରଙ୍କ ନିର୍ଦ୍ଦେଶିତ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ ମଧ୍ୟ କରି ଆସୁଛନ୍ତି । ଦୀର୍ଘ ୧୫ବର୍ଷ ନିରବଚ୍ଛିନ୍ନ କାର୍ଯ୍ୟ କରିଥିବା ଯୋଗୁଁ ସରକାର ତାଙ୍କୁ ନିୟମିତ କରନ୍ତୁ ବୋଲି ଦାବି ହୋଇଛି । ଏହାର ପ୍ରତିବାଦରେ ଭାଷା ଶିକ୍ଷକ, ଶିକ୍ଷୟିତ୍ରୀମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧ ମାସ ଧରି ଧାରଣାରେ ବସିଥିଲେ। ବାରମ୍ବାର ଆନ୍ଦୋଳନ ପରେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ସାନ୍ତାଳୀ ଭାଷାଭାଷୀ ଶିକ୍ଷକମାନେ ନିଯୁକ୍ତିପତ୍ର ଫେରାଇ ଦେବା ଉଦ୍ଦେଶ୍ୟରେ ଗତ ୧୫ ତାରିଖରୁ ମୟୂରଭଞ୍ଜ ମାଟିରୁ ନବୀନ ନିବାସ ଯାଏ ପଦଯାତ୍ରାରେ ବାହାରିଛନ୍ତି।

Launching Ceremony of “AYUSHMAN BHARAT

Comments are closed.