ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ ,ଏକକାଳୀନ ୭ଟି ସ୍ଥାନରେ ଚଢ଼ଉ

ଭୁବନେଶ୍ୱର : ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଜଣେ ସରକାରୀ ବାବୁ I ବାବୁ ଜଣକ ହେଉଛନ୍ତି ଖୋର୍ଦ୍ଧାସ୍ଥିତ କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ଦାସ I ଅଭିଯୋଗ ପାଇବା ପରେ ଭିଲାନ୍ସ ପକ୍ଷରୁ, ଆଜି ତାଙ୍କ ଖୋର୍ଦ୍ଧା କାର୍ଯ୍ୟାଳୟ, ଘର ସମେତ ଏକକାଳୀନ ୭ଟି ଜାଗାରେ ଚଢ଼ାଉ ଚାଲିଛି।

ସୂଚନା ମୁତାବକ,ଆଜି ସକାଳୁ ଖୋର୍ଦ୍ଧା ଭିଜିଲାନ୍ସ ଇନ୍ସପେକ୍ଟର ମମିତା ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ମାନସ ରଞ୍ଜନ ଦାସଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। କାର୍ଯ୍ୟାଳୟ ଖୋଲି ନ ଥିବାରୁ ସେମାନେ ବହୁ ସମୟ ବାହାରେ ଛିଡ଼ା ହୋଇଥିଲେ। ଏହାପରେ ସୂଚନା ପାଇ ମୁଖ୍ୟ କିରାଣୀ ପହଞ୍ଚି ଗେଟ୍‌ ଖୋଲିବାରୁ ଭିଜିଲାନ୍ସ ଅଧିକାରୀମାନେ ଭିତରକୁ ଯାଇଥିଲେ। ଏହାପରେ ସେଠାରେ ବହୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ଯାଞ୍ଚ ହେଉଥିବା ଜଣାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା କେଉଁ କେଉଁ ସ୍ଥାନରେ ଚଢ଼ାଉ ଚାଲିଛି ସେ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ମିଳି ପାରିନାହିଁ I

Comments are closed.