କନ୍ଧମାଳ : ବାଲିଗୁଡା ଅଞ୍ଚଳରେ ସରକାରୀ ଜମିରୁ ଗଂଜେଇ ପୋଡି ନଷ୍ଟ କଲା କେ.ନୂଆ ଗାଁ ପୋଲିସ ଓ ଅବକାରୀ ବିଭାଗ I ଜିଲ୍ଲାରେ ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣ ବୃଦ୍ଧି ପାଇବା ସହ ବାହାର ରାଜ୍ୟକୁ ଚୋରା ଚାଲାଣ କରାଯାଉଛି l ଏହାକୁ ରୋକିବା ନିମନ୍ତେ କ.ନୂଆଗାଁ ଥାନା ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା I
ସୂଚନାନୁସାରେ କେ. ନୂଆଗାଁ ଥାନା ସିର୍ତ୍ତିଗୁଡ଼ା ବେଡିପାମାହା ସ୍ଵର୍ଣ୍ଣପୁର ଜଙ୍ଗଲ ଅଞ୍ଚଳରେ ବ୍ୟାପକ ପରିମାଣରେ ଗଞ୍ଜେଇ ଚାଷ ହୋଇଥିବା ସୂଚନା ମିଳିଥିଲା I ୧୨୫ ଏକର ସରକାରୀ ଜମିରେ ବେଆଇନ ଭାବେ କରାଯାଇଥିବା ଗଞ୍ଜେଇ ଚାଷକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଡ଼ି ନଷ୍ଟ କରିଛି ଅବକାରୀ ବିଭାଗ ।
ଏହି ବେଆଇନ ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ୧କୋଟି ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ଵ ହୋଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି l ଏହି ଗଞ୍ଜେଇ କଟା ଅଭିଯାନରେ କ ନୂଆଗାଁ ଥାନା ଅଧିକାରୀ କୁମାର ମୁଦୁଲି , ବାଲିଗୁଡ଼ା ଅବକାରୀ ନିରୀକ୍ଷକ ପୂର୍ଣ୍ଣ ଚନ୍ଦ୍ର ବେହେରା ,ବାଲିଗୁଡ଼ା ଆଡିସିନାଲ କଲେକ୍ଟର ତଥା ମାଜିଷ୍ଟ୍ରେଟ ହରିଶ୍ଚନ୍ଦ୍ର ପ୍ରଧାନ, ଡିଭି ଏଫ୍ ଯବାନ ସାମିଲ୍ ହୋଇଥିଲେ I

Comments are closed.