ଇଡ୍ଲି ତ ଆମେ ସମସ୍ତେ ଚାଉଳ ଓ ବିରିରୁ ପ୍ରସ୍ତୁତ କରିଥାଉ କିନ୍ତୁ ଆପଣ କେବେ ନରମ ନରମ ମୁଢି ଇଡ୍ଲି ଖାଇଛନ୍ତି କି ? ଆସନ୍ତୁ ଆଜି ମୁଢି ଇଡଲି କିପରି ପ୍ରସ୍ତୁତ କରାଯାଏ ଜାଣିବା ।
ଆବଶ୍ୟକ ସାମଗ୍ରୀ: ମୁଢି, ସୁଜି, ଦହି, ପାଣି ,ଖାଇବା ସୋଡା, ଲୁଣ, ତେଲ ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କିଛି ମୁଢିି ନେଇ ତାକୁ ଭଲ ଭାବରେ ଗ୍ରାଇଣ୍ଡିଂ କରି ଏକ ପାତ୍ରରେ ରଖ;ୁ । ସେଥିରେ ଅଳ୍ପ ସୁଜି, ଦହି ଓ ପାଣି ମିଶାଇ ଭଲ ଭାବରେ ଗୋଳାଇ ଦିଅ;ୁ । ୧୫ ମିନିଟ୍ ପର୍ଯ୍ୟନ୍ତ ଏହାକୁ ଢାଙ୍କି ରଖ;ୁ । ପରେ ସେଥିରେ ଖାଇବା ସେଡା ଓ ଲୁଣ ପକାଇ ଗୋଳାଇ ଦିଅ;ୁ ।
ତା’ପରେ ଇଡଲି ଛାଞ୍ଚରେ ତେଲ ମାରି ଦିଅ;ୁ । ପୂର୍ବରୁ ରଖିଥିବା ମିଶ୍ରଣକୁ ଛାଞ୍ଚରେ ପକାଇ ଇଡଲି ପରି ଗଢ;ୁ । ଏହାପରେ ତାକୁ ଗ୍ୟାସ ଆଞ୍ଚରେ ୧୫ ମିନିଟ୍ ପର୍ଯ୍ୟନ୍ତ ବସାଇ ଦିଅ;ୁ । ୧୫ ମିନିଟ୍ ପରେ ଏହାକୁ ତଳକୁ ଓହ୍ଲାଇ ଦେଇ ଥଣ୍ଡା ହେବା ପାଇଁ ଛାଡ଼ି ଦିଅ;ୁ । ଥଣ୍ଡା ହେଲା ପରେ ଇଡଲି ଗୁଡ଼ିକୁ ଏକ ପାତ୍ରକୁ କାଢି ଦିଅ;ୁ । ପ୍ରସ୍ତୁତ ହୋଇଗଲା ମୁଢି ଇଡ୍ଲି । ଏହାକୁ ଟମାଟୋ ଚଟଣି ସହ କିମ୍ବା ମଟର ତରକାରୀ ସହ ଖାଇ ପାରିବେ ।
Comments are closed.