ନିକଟରେ ଏକ ଆୱାର୍ଡ ଶୋ’ରେ ଦୀପିକାଙ୍କୁ କାର୍ତ୍ତିକ ଆରିୟନଙ୍କ ସହ ଦେଖିବାକୁ ମିଳିଥିଲା । ଏଥିରେ ଦୁଇଜଣଙ୍କ କେମେଷ୍ଟ୍ରିକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏହି କେମେଷ୍ଟ୍ରି ଦେଖିବାପରେ ଦୁହିଁଙ୍କର ଅନ୍ସ୍କ୍ରିନ ଯୋଡିକୁ ନେଇ ଚର୍ଚ୍ଚା ହେଉଛି । ଦୁହିଁଙ୍କୁ ଆଗକୁ ଆଶିକି ୩ରେ ଦେଖିବାକୁ ମିଳିବ ବୋଲି ସୋସିଆଲ ମିଡିଆରେ ଆଲୋଚନା ହେଉଛି ।

ଏଥିରେ ଦୀପିକାଙ୍କୁ ଫିମେଲ ଲିଡ୍ରେ ଦେଖିବାକୁ ମିଳିବ । ଅନୁରାଗ ବଶୁଙ୍କ ନିର୍ଦ୍ଦେଶିତ ଏହି ସିନେମାରେ କାର୍ତ୍ତିକଙ୍କୁ ଦୀପିକାଙ୍କ ସହିତ ଦର୍ଶକ ଦେଖିବାକୁ ପାଇବେ । ତେବେ ସିନେମାରେ କାର୍ତ୍ତିକ ଅଭିନୟ କରିବା ନେଇ ନିଷ୍ପତ୍ତି ହୋଇସାରିଛି । ବର୍ତ୍ତମାନ ଦୀପିକା ଓ କାର୍ତ୍ତିକଙ୍କ କେମେଷ୍ଟ୍ରି ଦେଖି ଦୀପିକା ମଧ୍ୟ ଏଥିରେ ଅଭିନୟ କରିବା ପାଇଁ ହଁ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି । ଦୀପିକାଙ୍କ ଏଣ୍ଟ୍ରି ସିନେମାକୁ ଆହୁରି ମନୋରଞ୍ଜନପୂର୍ଣ୍ଣ ବନାଇଥିବା ନେଇ ଦର୍ଶକ ଚର୍ଚ୍ଚା କରୁଛନ୍ତି । ତେବେ ଦୀପିକାଙ୍କୁ ଆଗକୁ ଅନେକ ସିନେମା ଯେପରି ପଠାନ, ଫାଇଟର ଆଦିରେ ଦେଖିବାକୁ ମିଳିବ । ସେହିଭଳି କାର୍ତ୍ତିକଙ୍କୁ ମଧ୍ୟ ଫ୍ରେଡି, ସେହେଜାଦା, ସତ୍ୟପ୍ରେମ କି କଥା ଆଦିରେ ଦେଖିବାକୁ ମିଳିବ ।

Comments are closed.