ବଢ଼ିବ ବିଧାୟକଙ୍କ ଦରମା ଓ ଭତ୍ତା

ଭୁବନେଶ୍ୱର : ରାଜ୍ୟରେ ବିଧାୟକମାନଙ୍କର ଦରମା ଓ ଭତ୍ତା ବୃଦ୍ଧି ହେବ । ଏନେଇ ଗଠିତ କମିଟି ଆସନ୍ତା ଶୀତ ଅଧିବେଶନରେ ତାଙ୍କର ରିପୋର୍ଟ ବାଚସ୍ପତିଙ୍କୁ ପ୍ରଦାନ କରିବେ । ବିଧାନସଭାର ଉପଦେଷ୍ଟା କମିଟି ଏନେଇ ବିଚାର ବିମର୍ଶ କରୁଛି । ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ ଓଡ଼ିଶାରେ ବିଧାୟକମାନଙ୍କ ଦରମା କମ ରହିଥିବାରୁ ଏନେଇ ବାଚସ୍ପତିଙ୍କୁ ରିପୋର୍ଟ ଦିଆଯିବ I

ସୂଚନାନୁସାରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ବିଧାୟକମାନଙ୍କୁ ମିଳୁଥିବା ଦରମା ଓ ଭତ୍ତା ଏବଂ ସୁବିଧାସୁଯୋଗ ଉପରେ କମିଟି ବିଚାରବିମର୍ଶ କରିଛନ୍ତି । ଅନ୍ୟ ରାଜ୍ୟର ବିଧାୟକଙ୍କ ଦରମା ୨ ଲକ୍ଷରୁ ଅଢେଇ ଲକ୍ଷ ରହିଛି । ଓଡ଼ିଶାରେ ବିଧାୟକଙ୍କ ଦରମା କମ ରହିଛି । ସବୁ ମିଶିକି ୯୮ ହଜାର ବିଧାୟକମାନେ ପାଉଛନ୍ତି ।

ଅଗଷ୍ଟ ମାସରେ ବିଧାନସଭାର ମୌସୁମୀ ଅଧିବେଶନ ଚାଲିଥିବାବେଳେ ବିଧାୟକମାନେ ଦରମା ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ଗୃହରେ ଦାବି କରିଥିଲେ । ବିଧାୟକମାନଙ୍କ ଦାବିକୁ ଦୃଷ୍ଟିରେ ରଖି ବାଚସ୍ପତି ବିକ୍ରମ କେଶରୀ ଆରୁଖ ୧୦ଜଣ ବିଧାୟକଙ୍କୁ ନେଇ ଏକ ପରାମର୍ଶଦାତା କମିଟି ଗଠନ କରିଥିଲେ । ଏ ସମ୍ପର୍କରେ ଶ୍ରୀ ଶତପଥୀ ସୂଚନା ଦେଇ କହିଛନ୍ତି ଯେ, ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ସଂକ୍ରାନ୍ତ ଦାବି ଉପରେ କମିଟି ବିଚାରବିମର୍ଶ କରିଛି । ଆସନ୍ତା ଶୀତ ଅଧିବେଶନରେ କମିଟି ତାଙ୍କର ରିପୋର୍ଟ ବାଚସ୍ପତିଙ୍କୁ ପ୍ରଦାନ କରିବେ ।

Comments are closed.