କୁକୁରକୁ ଫାଶୀ ଦେଇ ନିର୍ମମ ହତ୍ୟା

ଗାଜିଆବାଦ: ୩ ଜଣ ଯୁବକ ଗୋଟିଏ କୁକୁର ବେକରେ ଲୁହା ଚେନ୍‌ ବାନ୍ଧି କେମିତି ତା’କୁ ଫାଶୀ ଖୁଣ୍ଟରେ ଝୁଲାଇ ଦେଇଛନ୍ତି, ତା’ର ଦୃଶ୍ୟ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯୁବକଙ୍କ ଏପରି ଭୟଙ୍କର କାଣ୍ଡ ଯୋଗୁ ଶେଷରେ କୁକୁରଟି ଘଟଣାସ୍ଥଳରେ ହିଁ ଆଖି ବୁଜିଛି । ଉତ୍ତର ପ୍ରଦେଶର ଗାଜିଆବାଦରେ ଏହି ଘଟଣା ଘଟିଛି ।

Video of 3 Ghaziabad men hanging dog to death goes viral, cops send notice

ସୋଶାଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ଅଭିଯୁକ୍ତ ଯୁବକମାନଙ୍କୁ ନୋଟିସ କରିଛି । ଗାଜିଆବାଦର ଲୋନି ନିକଟ ଇଲାଇଚିପୁରରେ ଥିବା ଗୋଟିଏ ନିର୍ମାଣଧୀନ କୋଠାରେ ୩ ଜଣ ଯୁବକ କୁକୁରଟିକୁ ଫାଶୀ ଦେଇ ହତ୍ୟା କରିଛନ୍ତି । ସାମ୍ନାକୁ ଆସିଥିବା ଭିଡିଓରେ ୩ ଜଣ ଯୁବକ ନିର୍ମାଣଧୀନ କୋଠାର ଗୋଟିଏ କାନ୍ଥରେ କୁକୁରଟିର ବେକରେ ଲୁହା ଚେନ ବାନ୍ଧି ଝୁଲାଇ ରଖିଛନ୍ତି । ଏହାପରେ ଜଣେ ଯୁବକ ଲୁହା ଚେନରେ ଗୋଟିଏ ପାଶ୍ୱର୍କୁ ଧରିଥିବା ବେଳେ ଅନ୍ୟ ପାଶ୍ୱର୍କୁ ଆଉ ଜଣେ ଜୋରରେ ଟାଣୁଛନ୍ତି । କୁକୁରଟି ଏହାକୁ ସହି ନପାରି ଛାଟିପିଟି ହେଉଥିଲେ ମଧ୍ୟ ଯୁବକଙ୍କୁ ତାଙ୍କର ଦୁଇ ବନ୍ଧୁ ଜୋରରେ ଭିଡ଼ିବାକୁ ଉତ୍ସାହିତ କରୁଛନ୍ତି । ଶେଷରେ କୁକୁରଟି କଷ୍ଟ ସହି ନପାରି, ସେଇଠାରେ ଟଳି ପଡ଼ିଥିବା ଭିଡିଓର ସ୍ପଷ୍ଟ ଦେଖିବାକୁ ମିଳୁଛି ।

ପୁଲିସ୍‌ କହିଛି ଯେ, ଭିଡିଓଟି ୩ ମାସ ତଳର । ଭିଡିଓରେ ଥିବା ୩ ଯୁବକଙ୍କୁ ପଚରାଉଚରା କରିବାକୁ ଡକାଯାଇଛି । କୁକୁରଙ୍କ ଉପରେ ଏପରି ଆଚରଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଦୁଇ ଦିନ ତଳେ ମହରାଷ୍ଟ୍ରର ବୀଡ ଜିଲ୍ଲାରେ ଜଣେ ବ୍ୟକ୍ତି ତାଙ୍କ ପଡ଼ୋଶୀଙ୍କ ଘରେ ରହୁଥିବା କୁକୁରକୁ ହତ୍ୟା କରିଥିଲେ । କୁକୁରଟି ସାମାନ୍ୟ ଭୋକିବାକୁ ଏଥିରେ ରାଗି ଯାଇ ବ୍ୟକ୍ତି ଜଣଙ୍କ ତା’କୁ ଗୁଳି କରି ହତ୍ୟା କରିଥିଲେ ।

Govt

Comments are closed.