ଭୁବନେଶ୍ୱର:ଏବେ ଓଡ଼ିଶା ଓ ବିହାର ଦେଇ ବସ୍ ଚଳାଚଳ ହେବ । ଏନେଇ ଓଡ଼ିଶା ଏବଂ ବିହାର ସରକାରର ପରିବହନ ବିଭାଗ ତରଫରୁ ସୂଚନା ମିଳିଛି । ପ୍ରାୟ ୨୧, ୮୬୭ କିଲୋମିଟର ଅତିକ୍ରମ କରୁଥିବା ୩୩ଟି ରୁଟରେ ବସ ଚଳାଚଳର ଚୁକ୍ତିକୁ ନବୀକରଣ କରାଯାଇଛି । ଝାରଖଣ୍ଡ ଦେଇ ୩୩ଟି ରୁଟରେ ଏସବୁ ବସ୍ ଚାଲିବ । ଫଳରେ ବିହାରର ପାଟନା, ସରିଫ, ପ୍ରେଓଗର, ଗୟା, ଔରଙ୍ଗାବାଦ, ଦରଭଙ୍ଗା, ରାଜଗିର, ଭାଗଲପୁର, ବକ୍ସର୍, ସିୱାନ୍, ଆରା, ହାଜିପୁର, ଚାପରା ନୱାଡା ଏବଂ ଓଡ଼ିଶାର ଭୁବନେଶ୍ୱର, କଟକ, ବାରିପଦା, ବାଲେଶ୍ୱର, ରାଉରକେଲା, ସମ୍ବଲପୁର ଓ ସୁନ୍ଦରଗଡ଼ ଆଦି ସ୍ଥାନର ଲୋକେ ଅଧିକ ଲାଭବାନ ହେବେ । ଆଗରୁ ୧୫ଟି ରୁଟରେ ୯୨୭୬ କିଲୋମିଟର ଅତିକ୍ରମ କରି ବସ୍ ଚାଲୁଥିଲା ।
ରାଜ୍ୟ ପରିବହନ ପ୍ରାଧିକରଣର ସଚିବ ବ୍ରଜବନ୍ଧୁ ଭୋଳ କହିଛନ୍ତି, ନୂତନ ଚୁକ୍ତିନାମା ଅନୁଯାୟୀ ଓଡ଼ିଶା ବସ୍ ବିହାରରେ ୧୭, ୬୧୧ କିଲୋମିଟର ଅତିକ୍ରମ କରିବ ଏବଂ ବିହାର ବସ୍ ଓଡ଼ିଶାରେ ୮୭୮୪ କିଲୋମିଟର ଅତିକ୍ରମ କରିବ । ଏହି ବସ୍ଗୁଡ଼ିକ ଝାରଖଣ୍ଡ ଦେଇ ରାଜ୍ୟରେ ୮,୦୩୨ କିଲୋମିଟର ଦୂରତା ଅତିକ୍ରମ କରିବ । ବିହାର ସହିତ ଏହି ନୂତନ ଅନ୍ତଃ-ରାଜ୍ୟ ଚୁକ୍ତି ନାମା ମଧ୍ୟ ନୂତନ ଅନ୍ତଃ-ରାଜ୍ୟ ବସ୍ ଅନୁମତି ପାଇଁ ବି ଦ୍ୱାର ଖୋଲିବ ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଉଭୟ ରାଜ୍ୟରେ ୧୦୦ଟି ପରମିଟ୍ ରୁଟ ଖୋଲାଯିବ । ପଶ୍ଚିମବଙ୍ଗ, ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ତେଲଲେଙ୍ଗାନା ସହ ମଧ୍ୟ ଏହିଭଳି ଚୁକ୍ତିନାମା ପାଇଁ ବି ଆଲୋଚନା ଜାରି ରହିଛି ।

Comments are closed.