କିଭ : ଚଳିତ ବର୍ଷ ଫେବୃଆରୀରୁ ଏପର୍ଯ୍ୟନ୍ତ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି I ଏହାରିମଧ୍ୟରେ ୟୁକ୍ରେନର ଖେରସନରେ ଥିବା ଡନିପ୍ରୋ ନଦୀର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରୁ ସେନା ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛି ରୁଷ I ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ନିର୍ଦ୍ଦେଶକ୍ରମେ ରୁଷ ସେନା ଏହି ଅଞ୍ଚଳରୁ ହଟି ଯାଇଛନ୍ତି । ଏହାପରେ ଖେର୍ସୋନ୍ରେ ଉଡ଼ିଛି ୟୁକ୍ରେନ ପତାକା । ଯଦିଓ ରୁଷ୍ ସେନା ଖେର୍ସୋନ୍ ଛାଡ଼ିବା ଘଟଣାକୁ ୟୁ-ଟର୍ନ ବୋଲି ଦର୍ଶାଯାଉଛି, ତଥାପି ଏହାର ବିଭିନ୍ନ ଅଞ୍ଚଳରେ ପଶି ଘରୋଇ ୟୁକ୍ରେନ୍ ସେନା ପତାକା ଉଡ଼ାଇଛି I ତେବେ ରୁଷ ସେନା କବଜା କରି ରଖିଥିବା ବେଳେ ହଠାତ୍ ମସ୍କୋର ଏପରି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି।
ଏହାକୁ ଏକ ଏଇତିହାସିକ ଦିନ ବୋଲି ବର୍ଣ୍ଣନା କରୁଥିବାବେଳେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ସନ୍ଧ୍ୟାରେ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ‘ଆମେ ଦେଶର ଦକ୍ଷିଣକୁ ଫେରାଇ ନେଉଛୁ, ଆମେ ଖେରସନଙ୍କୁ ଫେରାଇ ଆଣିଛୁ। ଇଣ୍ଟର୍ନେଟ୍ରେ ଘୂରୁଥିବା ଏକ ଭିଡିଓରେ ଖେର୍ସୋନ୍ର ଷ୍ଟାନିସ୍ଲାଭ ଅଞ୍ଚଳରେ ୟୁକ୍ରେନୀୟ ସୈନ୍ୟମାନେ ନିଜ ପତାକା ଉଡ଼ାଉଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକମାନେ ସେମାନଙ୍କ ସହ ସାମିଲ ହୋଇ ଜାତୀୟ ସଙ୍ଗୀତ ଗାନ କରିଛନ୍ତି । ପତାକା ତଳେ ଛିଡ଼ା ହୋଇ ତାଳି ମାରିବା ସହ ବିଭିନ୍ନ ସ୍ଲୋଗାନ ଦେଇଛନ୍ତି । ରେଡିଟ୍ରେ ସେୟାର ହୋଇଥିବା ଏହି ୨୧ ସେକେଣ୍ଡର ଭିଡିଓକୁ ହଜାର ହଜାର ଲାଇକ୍ ମିଳିଛି । ଜଣେ ଇଣ୍ଟରନେଟ ୟୁଜର ଲେଖିଛନ୍ତି, ଏହା ମୋତେ ବହୁତ ଖୁସି ଦେଇଛି । ସେଠାକାର ଲୋକଙ୍କ ପାଇଁ ମୁଁ ହୃଦୟରୁ କେତେ ଖୁସି ତାହା ମୁଁ ଶବ୍ଦରେ ବୟାନ କରିପାରୁ ନାହିଁ ।
ତେବେ ରୁଷର ଏପରି ସେନା ପ୍ରତ୍ୟାହାର ଘୋଷଣା ପଛରେ ଷଡ଼ଯନ୍ତ୍ରର ଗନ୍ଧ ବାରିଛି ୟୁକ୍ରେନ। ସେହିପରି ରୁଷ ସେନା ପ୍ରତ୍ୟାହାର କରିଛି କି ନାହିଁ, ସେକଥା ମଧ୍ୟ ୟୁକ୍ରେନ ପକ୍ଷରୁ ନିଶ୍ଚିତ କରାଯାଇନି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି, ରୁଷ ନାଟକ କରୁଛି। ୟୁକ୍ରେନ ସେନାକୁ ଚକମା ଦେଇ ରୁଷ ଏହି ଯୁଦ୍ଧରେ ବିଜୟୀ ହେବାକୁ ଚାହୁଁଛି। ଏଥିରେ କେହି ବି ବିଶ୍ୱାସ କରିବା କଥା ନୁହେଁ ବୋଲି ସେ କହିଛନ୍ତି।
“Russia is forever here”, said a poster in Bilozerka near Kherson. Well, not really!
To everyone in the world, including ASEAN where I currently am: Ukraine is gaining another important victory right now and proves that whatever Russia says or does, Ukraine will win. pic.twitter.com/8bc4JGNajX
— Dmytro Kuleba (@DmytroKuleba) November 11, 2022

Comments are closed.