ଦୁବାଇ : ୨୦୨୪ ଟି-୨୦ ବିଶ୍ୱକପ୍ ଆୟୋଜନକୁ ନେଇ ବଡ଼ ଖବର ଆସିଛି । ଚଳିତ ବିଶ୍ୱକପ୍ର ଗ୍ରୁପ୍ ପର୍ଯ୍ୟାୟର ମ୍ୟାଚର ପ୍ରଦର୍ଶନକୁ ପରବର୍ତ୍ତୀ ସଂସ୍କରଣର ଯୋଗ୍ୟତା ଭାବେ ବିବେଚନା କରାଯାଇଥିଲା । ଏହି ଆଧାରରେ ୨୦୨୪ ଟି-୨୦ ବିଶ୍ୱକପ୍ ପାଇଁ ୧୨ଟି ଦଳ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି । ୨୦୨୪ରେ େୱଷ୍ଟଇଣ୍ଡିଜ୍ ଓ ଆମେରିକା ବିଶ୍ୱକପ୍ ଆୟୋଜନର ଅଧିକାର ହାସଲ କରିଛନ୍ତି । ଚଳିତ ସଂସ୍କରଣରେ େୱଷ୍ଟଇଣ୍ଡିଜ୍ ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେଇଥିଲା । କି;ୁ ଆୟୋଜକ ଦଳ ଭାବେ ୨୦୨୪ ବିଶ୍ୱକପ୍ର ସୁପର-୧୨ ଯୋଗ୍ୟତା ଅର୍ଜନ କରିଛି ଇଣ୍ଡିଜ୍ । ଆମେରିକା ମଧ୍ୟ ସିଧାସଳଖ ଆୟୋଜକ ରାଷ୍ଟ୍ର ଭାବେ ସୁପର-୧୨ରେ ପହଞ୍ଚିଛି ।
୨୦୨୨ ଟି-୨୦ ବିଶ୍ୱକପ୍ ଗ୍ରୁପ୍ ପର୍ଯ୍ୟାୟ ଲଢ଼େଇରୁ ଆରମ୍ଭ ହୋଇଥିଲା । ଏହା ପରେ ଦୁଇ ଗ୍ରୁପ୍ରୁ ୪ଟି ଦଳ ସୁପର-୧୨ରେ ପହଞ୍ଚିଥିଲେ । ଗ୍ରୁପ୍ ୧ ଓ ୨ରେ ୬ଟି ଲେଖାଏଁ ଦଳ ସ୍ଥାନ ପାଇଥିଲେ । ସୁପର-୧୨ ମୁକାବିଲା ପରେ ଗ୍ରୁପ୍ର ଶ୍ରେଷ୍ଠ ୪ଟି ଦଳ ୨୦୨୪ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଏହାର ଅର୍ଥ ମୋଟ୍ ୮ଟି ଦଳ ବିଶ୍ୱକପ୍ ଟିକେଟ୍ ପାଇଛନ୍ତି ।
ଗ୍ରୁପ୍ ୧ରୁ ନୁ୍ୟଜିଲାଣ୍ଡ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା ଏବଂ ଗ୍ରୁପ୍-୨ରୁ ଭାରତ, ପାକିସ୍ତାନ, ଦ.ଆଫ୍ରିକା ଓ ନେଦରଲାଣ୍ଡ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି । େୱଷ୍ଟଇଣ୍ଡିଜ୍ ଓ ଆମେରିକା ଆୟୋଜକ ରାଷ୍ଟ୍ର ଭାବେ ୨୦୨୪ ବିଶ୍ୱକପ୍ର ସୁପର-୧୨ରେ ସାମିଲ ହୋଇଛନ୍ତି । ଏହାବାଦ ଆଉ ଦୁଇଟି ଦଳ ବାଂଲାଦେଶ ଓ ଆଫଗାନିସ୍ତାନ ମଧ୍ୟ ସୁପର-୧୨ ଯୋଗ୍ୟତା ଅର୍ଜନ କରିଛନ୍ତି । ଏହି ଦୁଇ ଦଳ ନିଜ ନିଜ ଗ୍ରୁପ୍ର ଶ୍ରେଷ୍ଠ ୪ରେ ନଥିଲେ । କି;ୁ ସୁପର-୧୨ରେ ସ୍ଥାନ ପାଇଥିବା କିଛି ଦଳ ଗୁଡିକ ତୁଳନାରେ ବାଂଲାଦେଶ ଓ ଆଫଗାନିସ୍ତାନର ଆଇସିସି ର୍ୟାଙ୍କିଙ୍ଗ ଭଲ ରହିଛି । ଟି-୨୦ ର୍ୟାଙ୍କିଙ୍ଗ୍ରେ ବାଂଲାଦେଶ ଦଶମ ଓ ଆଫଗାନିସ୍ତାନ ନବମ ସ୍ଥାନରେ ରହିଛି । ତେଣୁ ଏହି ଦୁଇ ଦଳକୁ ସୁପର-୧୨ ଟିକେଟ୍ ମିଳିଛି । ୨୦୨୪ ଟି-୨୦ ବିଶ୍ୱକପ୍ରେ ମୋଟ୍ ୨୦ଟି ଦଳ ଭାଗ ନେବେ । ଏବେ ୧୨ଟି ଟିମ୍ ବିଶ୍ୱକପ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିବା ବେଳେ ବାକି ୮ଟି ଟିମ୍ ଆଫ୍ରିକା, ଏସୀୟ ଓ ୟୁରୋପରେ ଖେଳାଯିବାକୁଥିବା ଯୋଗ୍ୟତା ପର୍ଯ୍ୟାୟରୁ ଚୟନ କରାଯିବ ।
ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପ ଆଗାମୀ ୧୩ ତାରିଖରେ ଶେଷ ହେବ । ଚଳିତ ପ୍ରତିଯୋଗିତାରେ ବଡ଼ ଧରଣର ହଟଚମଟ ଦେଖିବାକୁ ମିଳି୍ଥିଲା । ସୁପର-୧୨ରେ କଡ଼ା ଟMର ପରେ ୪ଟି ଦଳ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଏମାନେ ହେଲେ ଭାରତ, ପାକିସ୍ତାନ, ଇଂଲଣ୍ଡ ଓ ନୁ୍ୟଜିଲାଣ୍ଡ । ଏହି ୪ ଦଳ ମଧ୍ୟରେ ଫାଇନାଲ ଟିକେଟ୍ ପାଇଁ ଲଢ଼େଇ ହେବ । ଆଗାମୀ ୯ ତାରିଖରେ ନୁ୍ୟଜିଲାଣ୍ଡ-ପାକିସ୍ତାନ ଏବଂ ୧୦ ତାରିଖରେ ଭାରତ-ଇଂଲଣ୍ଡ ମଧ୍ୟରେ ସେମିଫାଇନାଲ ମୁକାବିଲା ହେବ ।

Comments are closed.