ଆଜିର ଯୁଗରେ ଘର ତିଆରି ଖାଦ୍ୟ ଅପେକ୍ଷା ଫାଷ୍ଟଫୁଡ୍ ସମସ୍ତଙ୍କୁ ଭାରି ପସନ୍ଦ । ଫାଷ୍ଟଫୁଡ ଯିଏ ଥରେ ଖାଇଛି ସେ ତା’ ମୋହରେ ପଡିଯାଏ । ଫାଷ୍ଟଫୁଡ ମଧ୍ୟରେ ବେଶୀ ଲୋକପ୍ରିୟ ହେଉଛି ମୋମୋ । ଏହାକୁ ଛୋଟ ପିଲାଠାରୁ ଆରମ୍ଭ କରି ବଡ ସମସ୍ତେ ଖାଇବା ପାଇଁ ଏକପ୍ରକାର ପାଗଳ । ବଜାରରେ ମୋମୋର ଚାହିଦା ବି ଅଧିକ । ପ୍ରତିଟି ଫାଷ୍ଟଫୁଡ ବଜାରର ମୋମୋ ଷ୍ଟଲ୍ରେ ଅଧିକ ଭିଡ ଜମେ । ତେବେ ମୋମୋ ପାଟିକୁ ସୁଆଦିଆ କିନ୍ତୁ ସ୍ୱ୍ୱାସ୍ଥ୍ୟ ପାଇଁ ହାନୀକାରକ ।
କମ୍ ଦାମ୍ରେ ହାତ ପାଆନ୍ତାରେ ମିଳିଯାଏ ମୋମୋ । ଏହାକୁ ଘରେ ତିଆରି କରିବା ମଧ୍ୟ ବେଶ୍ ସହଜ । ଫାଷ୍ଟଫୁଡ୍ ବଜାରରେ ବିଭିନ୍ନ ଭେରାଇଟିର ମୋମୋ ମିଳିଥାଏ । ଭେଜ୍ ମୋମୋ, ପନିର ମୋମୋ, ଚିକେନ ମୋମୋ, ଫ୍ରାଏ ମୋମୋ, ତନ୍ଦୁରୀ ମୋମୋ ଇତ୍ୟାଦି ।
ପ୍ରକୃତରେ ମୋମୋ ଖାଇବା ପାଇଁ ଯେଉଁ ସସ୍ ବା ଚଟଣୀ ତିଆରି ହୁଏ, ତାହା ବେଶ ମସଲାଯୁକ୍ତ, ଯାହା ସ୍ୱ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ନାଲି ଲଙ୍କା ସ୍ୱ୍ୱାସ୍ଥ୍ୟ ପାଇଁ ଭଲ ବୋଲି କୁହାଯାଏ । କି;ୁ ଯେତେବେଳେ ଯାଏଁ ସେହି ନାଲି ଲଙ୍କା ଗୁଣ୍ଡରେ କିଛି ମିଶ୍ରିତ ନହୁଏ ସେତେପର୍ଯ୍ୟନ୍ତ ତାହା ଭଲ ।
ହେଲେ ବଜାରରେ ଅତି ନିମ୍ନମାନର ନାଲି ଲଙ୍କା ବ୍ୟବହାର କରି ଚଟଣୀ ତିଆରି କରାଯାଏ, ଯାହା ଆପଣଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । ଯାହା ଖାଇବା ପରେ ଲୋକଙ୍କର ପାଇଲସ୍ ବାହାରିବା ମଧ୍ୟ ଆଶଙ୍କା ରହିଥାଏ । ଏହି ଚଟଣୀକୁ ଖାଇବା ଦ୍ୱାରା ଏହାର ପ୍ରଭାବ ତୁରନ୍ତ ଦେଖାଯାଏ ନାହିଁ କି;ୁ ପରେ ଏହା ଅନେକ ଗମ୍ଭୀର ରୋଗର କାରଣ ହୋଇପାରେ ।
ସେହିପରି ମୋମୋର ସ୍ୱ୍ୱାଦ ବଢାଇବା ପାଇଁ ଏଥିରେ ମୋନୋ-ସୋଡିୟମ ଗ୍ଲୁଟାମେଟ୍ ମିଶା ଯାଏ । ଏହା ଦେଖିବାକୁ ଧଳା କ୍ରିଷ୍ଟଲ ପାଉଡର ଭଳି, ଯାହା ମୋଟାପଣକୁ ବଢାଇଥାଏ । ଏହାବ୍ୟତିତ ଅତ୍ୟଧିକ ଝାଳ ବୋହିବା, ଛାତିରେ ଯନ୍ତ୍ରଣା, ବାନ୍ତି ଏବଂ ହାର୍ଟବିଟ୍ ବଢିଯିବା ଆଶଙ୍କା ଅଧିକ ଥାଏ ।

Comments are closed.