କରୋନା କାଳରେ ମାନ୍ଦା ପଡି ଯାଇଥିବା ଫିଲ୍ମ ଇଣ୍ଡଷ୍ଟ୍ରୀ ପୁଣି ଦ୍ରୁତ ଗତିରେ ଆଗକୁ ମାଡି ଚାଲିଛି । ଲଗାତର କିଛି ଫିଲ୍ମ ରିଲିଜ୍ ଇଣ୍ଡଷ୍ଟ୍ରୀକୁ ମଜଭୁତ କରିଛି । ସେହିପରି ଇଣ୍ଡଷ୍ଟ୍ରୀରେ କିଛି ଆକଫରଙ୍କ ହାତରେ ମଧ୍ୟ ପ୍ରୋଜେକଫର ଅଭାବ ନାହିଁ । ଏମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି କ୍ରିତି ସାନନ । ଆଗାମୀ ଦିନରେ ସେ କିଛି ଦମଦାର ପ୍ରୋଜେକଫରେ କାମ କରିବାକୁ ଯାଉଛନ୍ତି । ଏବେ କିନ୍ତୁ ତାଙ୍କର ଏକ ବକ୍ତବ୍ୟ ବେଶ୍ ଚର୍ଚ୍ଚାର କାରଣ ହୋଇଛି ଯାହା ସେ ଏକ ଚାଟ୍ ଶୋରେ ରଖିଥିଲେ ।

ସେ କହିଛନ୍ତି ତାଙ୍କୁ ବହୁ ଚରିତ୍ରରେ ଅଭିନୟ କରିବାକୁ ସୁଯୋଗ ମିଳିଥିଲେ ବି ପରିବାର ପକ୍ଷରୁ ତାଙ୍କୁ ବାରଣ କରାଯାଇଛି । କ୍ରିତି କୌଣସି ଏକ ଚରିତ୍ରରେ ଅଭିନୟ କରିବା ପୂର୍ବରୁ ପରିବାରର ରାୟ ନେଇଥାନ୍ତି ଓ ନିଜେ ମଧ୍ୟ ବିଚାର କରିଥାନ୍ତି । ଏହି କ୍ରମରେ କରଣ ଜୋହରଙ୍କ େୱବ୍ ସିରିଜ୍ ଲଷ୍ଟ ଷ୍ଟୋରିଜ୍ ପାଇଁ ମିଳିଥିବା ଅଫରକୁ ସେ ମନା କରିଦେଇଥିଲେ ଓ ଏହାର କାରଣ ଥିଲା ପରିବାର ସଦସ୍ୟଙ୍କ ଅନିଚ୍ଛା । ଲଷ୍ଟ ଷ୍ଟୋରୀରେ କାମ ନ କରିବା ଲାଗି ତାଙ୍କ ମା ତାଙ୍କୁ ମନା କରିଥିଲେ । ଏକ ସାକ୍ଷାତକାରରେ କ୍ରିତିଙ୍କ ମା ମଧ୍ୟ କହିଛନ୍ତି ସେ ତାଙ୍କ ଝିଅକୁ ଲଷ୍ଟ ଷ୍ଟୋରୀ ଲାଗି ବାରଣ କରିଥିଲେ ବୋଲି ।

ସେ କହିଥିଲେ କ୍ୟାରିୟର ଆରମ୍ଭରେ ସେ ତାଙ୍କୁ ଏପରି ଏକ ଚରିତ୍ରରେ ଦେଖିବାକୁ ଚାହୁଁ ନ ଥିଲେ । କାରଣ ଏହି େୱବ ସିରିଜ୍ କେବଳ ସମ୍ଭୋଗ ସୁଖ ଉପରେ ପର୍ଯ୍ୟବେଶିତ ଥିଲା । କ୍ରିତି ଖୁବ୍ ଶୀଘ୍ର ବରୁଣ ଧାୱନଙ୍କ ସହ ଫିଲ୍ମ ଭେଡିଆରେ ନଜର ଆସିବାକୁ ଯାଉଛନ୍ତି । ଏହା ସହିତ ତାଙ୍କ ଆଇଟମ୍ ନମ୍ବର ଠୁମକେଶ୍ୱରୀ ମଧ୍ୟ ରିଲିଜ୍ ହୋଇ ସାରିଛି ।

Comments are closed.