ଦାଦନ ଦିବ୍ୟାଙ୍ଗ ଶିଶୁ ପାୟଲଙ୍କ କମାଲ: ପାଟିରେ ଆଙ୍କିଲେ ୫-ଟି ସ୍କୁଲ ଚିତ୍ର

ବଲାଙ୍ଗିର : ବଲାଙ୍ଗିର ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମର ଚିତ୍ରାଙ୍କନ ପ୍ରତିଯୋଗିତାରେ କମାଲ ଦେଖାଇଛି ନବମ ଶ୍ରେଣୀର ଛାତ୍ରୀ ଦାଦନ ଦିବ୍ୟାଙ୍ଗ ଶିଶୁ ପାୟଲ ନାଗ । ହାତ କି ଗୋଡ଼ ନଥିବାରୁ ନିଜ ପାଟିରେ ପେନସିଲ ଧରି ଆଙ୍କିଛନ୍ତି ୫-ଟି ସ୍କୁଲର ଏକ ସୁନ୍ଦର ଚିତ୍ର । ଦାନ୍ତରେ ରଙ୍ଗିନ ପେନସିଲକୁ ଧରି ଏହି ଚିତ୍ର ଆଙ୍କିଛନ୍ତି । ସାଧାରଣ ଛାତ୍ରଛାତ୍ରୀଙ୍କ ସହ ବ୍ଳକ୍‌ ପ୍ରତିଯୋଗିତାରେ ଭାଗନେଇ ସେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

ଜିଲ୍ଲାପାଳ ଚଞ୍ଚଳ ରାଣା ବି ନିଜ୍‌ ଟ୍ୱିଟର୍‌ ଆକାଉଣ୍ଟରେ ଏ ସମ୍ପର୍କରେ ଟ୍‌୍ୱିଟ୍‌ କରିଛନ୍ତି । ଜିଲ୍ଲାର ମୁରିବାହାଲ ବ୍ଲକ୍‌ ଯମୁନାବାହାଲ ଗାଁର ଝିଅ ପାୟଲ । ତାଙ୍କ ଜୀବନ କାହାଣୀ ଅତ୍ୟନ୍ତ ଯନ୍ତ୍ରଣାଦାୟକ । ତାଙ୍କୁ ଯେତେବେଳେ ୫ବର୍ଷ ହୋଇଥିଲା, ବାପା ବିଜୟ ନାଗ ଓ ମା’ଙ୍କ ସହ ରାୟପୁରରେ ଥିଲେ । ବାପାମା’ ସେଠାରେ ଦାଦନ ଖଟୁଥିଲେ । ଦୁହେଁ ଏକ କୋଠାରେ କାମ କରୁଥିବା ବେଳେ ପାୟଲ ନିଜ ଛୋଟ ଭାଇ ସହ ଖେଳୁଥିଲେ । ହଠାତ୍‌, କୋଠାକୁ ଲାଗି ରହିଥିବା ଉଚ୍ଚକ୍ଷମତା ସମ୍ପନ୍ନ ବିଦୁ୍ୟତ୍‌ ତାର ସଂସ୍ପର୍ଶରେ ଆସି ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଛତିଶଗଡ଼ ସରକାରଙ୍କ ଉଦ୍ୟମ କ୍ରମେ ପାୟଲ ବଞ୍ଚିଯାଇଥିଲେ ସତ, ଉଭୟ ହାତ ଓ ଗୋଡ଼ ହରାଇଥିଲେ । ଅବସ୍ଥା ଟିକେ ଭଲହେବାରୁ ବାପାମା’ଙ୍କ ସହ ଗାଁକୁ ଚାଲି ଆସିଥିଲେ ପାୟଲ ।

ଶାରୀରିକ ଅକ୍ଷମତା ସତ୍ତେ୍ୱ ମନକୁ ଦୃଢ଼ କରିଥିଲେ । ଚାରି ହାତଗୋଡ଼ ନଥିଲେ ବି ସ୍କୁଲ ଯିବାକୁ ମନ ବଳାଇଥିଲେ । ଗାଁ ସ୍କୁଲରେ ବାପା, ମା’ ତାଙ୍କର ନାଁ ଲେଖାଇଥିଲେ । ସରକାରଙ୍କ ଦୃଷ୍ଟିକୁ ଆସିବା ପରେ ଜିଲ୍ଲା ପ୍ରଶାସନ ସେ ସମୟରେ କିଛିଟା ସହାୟତା ଦେଇଥିଲେ । କି;ୁ, ବର୍ଷ ପରେ ବର୍ଷ ବିତିବା ପରେ ପାୟଲଙ୍କୁ ଭୁଲି ଯାଇଥିଲା ପ୍ରଶାସନ । ଘଟଣାଚକ୍ରରେ ୮ ବର୍ଷ ପରେ ବି ପାୟଲଙ୍କ ବାପା, ମା’ ପୁଣିଥରେ ଦାଦନ ଖଟିବାକୁ ଚାଲିଯାଇଥିଲେ । ପୁଣି ଅଧବାଟରେ ରହିଯାଇଥିଲେ ଏହି କୁନିଝିଅ ପାୟଲ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବ୍ଲକ୍‌ ପ୍ରଶାସନ ପାୟଲ ପାଖରେ ପହଞ୍ଚିଥିଲେ । ପାୟଲଙ୍କୁ ଘରୁ ଆଣି ବଲାଙ୍ଗିର ନିକଟ ପାର୍ବତୀଗିରି ଆଶ୍ରମରେ ରଖାଯାଇଥିଲା । ଯେଉଁଠି ଏବେ ସେ ରହି ନବମ ଶ୍ରେଣୀରେ ପଢ଼ୁଛନ୍ତି ।

Govt

Comments are closed.