ଦୀପିକା ଓ ହ୍ରିତିକ ପ୍ରଥମଥର ପାଇଁ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି । ଉଭୟଙ୍କ ଅଭିନୀତ ସିନେମା ଫାଇଟର ଖୁବ ଜଲଦି ପରଦାକୁ ଆସିବ । ଏହି ଖବର ଉଭୟଙ୍କ ଫ୍ୟାନଙ୍କ ଉତ୍କାଣ୍ଠା ବଢାଇ ଦେଇଛି । ସିନେମାଟିର ନିର୍ଦ୍ଦେଶନା ସିଦ୍ଧାର୍ଥ ଆନନ୍ଦ ଦେଇଥିବାବେଳେ ଏଥିରେ ଦର୍ଶକ ଅନିଲ କପୁରଙ୍କୁ ମଧ୍ୟ ଦେଖିବେ । ସିନେମାର କାହାଣୀ ଏକ ଆକସନ୍ ଥ୍ରିଲର ।
ସିନେମାରେ ଦୀପିକା ଓ ହ୍ରିତିକଙ୍କୁ ଭାରତୀୟ ବାୟୁସେନାର ପାଇଲଟ ଭାବେ ଦର୍ଶକ ଦେଖିବେ । ଅନିଲ କପୁର ଉଭୟଙ୍କର ମେଣ୍ଟର ଭୂମିକାରେ ନଜର ଆସିବେ । ତେବେ ସିନେମାର ରିଲିଜକୁ ଦର୍ଶକ ବେଶ୍ କିଛି ଦିନ ହେବ ଅପେକ୍ଷା କରିଛନ୍ତି । ସେହିଭଳି ମେକର୍ସଙ୍କ ପକ୍ଷରୁ ସିନେମାର ପ୍ରଥମ ପୋଷ୍ଟର ରିଲିଜ୍ କରାଯାଇ ରିଲିଜ ଡେଟ ଘୋଷଣା କରାଯାଇଛି । ସିନେମାଟି ୨୦୨୪ମସିହା ୨୫ ଜାନୁଆରୀରେ ରିଲିଜ ହେବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । ପୋଷ୍ଟରଟିକୁ ଅନିଲ କପୁର ନିଜ ସୋସିଆଲ ମିଡିଆରେ ସେୟାର କରି ଏ ନେଇ ସୂଚନା ଦେଇଛନ୍ତି ।

Comments are closed.