ଦିଲ୍ଲୀ: ସମଗ୍ର ବିଶ୍ୱରେ ବାଣ ଉତ୍ପାଦନରେ ଚୀନ୍ ପ୍ରଥମ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଭାରତ । ତାମିଲନାଡୁର ସିଭାକାଶୀ ଅଗ୍ନି ନିର୍ବାପକ ଉତ୍ପାଦନର ଗଡ଼ ଭାବରେ ପରିଚିତ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ମୋଗଲମାନଙ୍କ ସମୟରୁ ଆମ ଦେଶରେ ବାଣ ଫୁଟାଯାଉଛି । ମୋଗଲ ଯୁଗରେ କୌଣସି ଉତ୍ସବ ସମାରୋହରେ ଆତସବାଜି ବା ବାଣ ବ୍ୟବହାର କରାଯାଉଥିଲା । ପରେ ଭାରତକୁ ଗନ୍ ପାଉଡର ଭାରତକୁ ଆସିବାରୁ ଏହାକୁ ବାଣ ବା ଫାୟାର୍ କ୍ରାକର୍ରେ ବ୍ୟବହାର ଆରମ୍ଭ ହୋଇଥିଲା ।
ସ୍ୱାସ୍ଥ୍ୟ ରିପୋର୍ଟ ଅନୁସାରେ, ଭାରତରେ ବାଣ ଧୂଆଁ ଆଜମା ଆକ୍ରମଣ, ନିମୋନିଆରେ ବୃଦ୍ଧି, ଫୁସଫୁସ ସମ୍ବନ୍ଧୀୟ ଗୁରୁତର ରୋଗ, ନିଶ୍ୱାସ ପ୍ରଶ୍ୱାସର ଭଳି ରୋଗ ବୃଦ୍ଧି ପାଉଛି । ଏଣୁ ଭାରତ ସରକାର ବାଣ ଉପରେ ସମୂର୍ଣ୍ଣ ପ୍ରତିବନ୍ଧକ ଲଗାଇ ନପାରିଲେ,ମଧ୍ୟ ଏହାକୁ ନେଇ କଡ଼ା ନିୟମ ପ୍ରଣୟନ କରିଛନ୍ତି ।

Comments are closed.