ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ

ଅଗରତାଲା: ଦୁଇ ଦିନିଆ ତ୍ରିପୁରା ଗସ୍ତର ପ୍ରଥମ ଦିନରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଗରତାଲାର ନରସିଂଘାରଠାରେ ତ୍ରିପୁରା ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ରାଜ୍ୟ ଜୁଡ଼ିସିଆଲ୍‌ ଏକାଡେମୀକୁ ମଧ୍ୟ ସେ ଉ“ାଟନ କରିଛନ୍ତି ।
ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ

ଏହି ଅବସରରେ ଶ୍ରୀମତୀ ମୁର୍ମୁ ଅଗରତାଲାରେ ଥିବା ଦୁର୍ଗାବାଡ଼ି ଚା ବଗିଚାର ମହିଳା କର୍ମଜୀବୀଙ୍କ ସହ କଥା ହୋଇଛନ୍ତି । ସେମାନଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଅକୋଚନା କରି ରାଷ୍ଟ୍ରପତି ଶ୍ରମଟି ମୁର୍ମୁ କହିଛନ୍ତି ଯେ ରାଜ୍ୟରେ ସେମାନଙ୍କ ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ସଂସ୍କରମୂଳକ ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ ।

ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ

ରାଷ୍ଟ୍ରପତି କିଭଳି ସେମାନଙ୍କ ସନ୍ତାନସନ୍ତତି ବିଶେଷ ଭାବେ କନ୍ୟା ସନ୍ତାନମାନଙ୍କୁ ଶିକ୍ଷା ଗ୍ରହଣର ସୁଯୋଗ ଦିଆଯାଇ ପାରିବ, ସେ ନେଇ ପଦକ୍ଷେପ ନେବାକୁ କହିଛନ୍ତି । ପରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଅଗରତାଲା ସ୍ଥିତ ଆଲବର୍ଟ ଏMା ଯୁଦ୍ଧ ସ୍ମୃତିସ୍ଥଳ ପରିଦର୍ଶନ କରିବା ସହ ୧୯୭୧ ବାଂଲାଦେଶ ମୁକ୍ତି ଯୁଦ୍ଧରେ ପ୍ରାଣବଳି ଦେଇଥିବା ବୀର ସୈନିକମାନଙ୍କୁ ସର୍ଦ୍ଧନଃଜାଳି ଅର୍ପଣ କରିଛନ୍ତି ।

ଆସନ୍ତାକାଲି ସେ ଗୌହାଟୀ-କୋଲକାତା-ଗୌହାଟୀ ଟ୍ରେନକୁ ଅଗରତାଲା ପର୍ଯ୍ୟନ୍ତ ସଂପ୍ରସାରଣ କରିବେ । ଏହା ବ୍ୟତୀତ ସେ ଅଗରତାଲା-ଜିରିବାମ୍‌-ଅଗରତାଲା ଜନଶତାବ୍ଦୀ ଏକ୍ସପ୍ରେସ୍‌ ଟ୍ରେନକୁ ମଣିପୁରର ଖୋଙ୍ଗ୍ସାଙ୍ଗ ପର୍ଯ୍ୟନ୍ତ ସଂପ୍ରସାରଣ କରିବେ । ତାଙ୍କ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ରାଷ୍ଟ୍ରପତି ଆସାମ ଯିବେ ।

Govt

Comments are closed.