ଭୁବନେଶ୍ୱର: ଆଜି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଜାମିନ ପ୍ରସଙ୍ଗରେ ଶୁଣାଣି ଭିସିରେ ହେବ । ସୁରକ୍ଷା ଦୃଷ୍ଟିକୋଣରୁ ଏହି ଶୁଣାଣି ଭିସିରେ ହେବ ବୋଲି ସୂଚନା ମିଳିଛି । ଅର୍ଚ୍ଚନା ଜାମିନ୍ ପାଇଁ ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟରେ ଆବେଦନ କରିଛନ୍ତି । ଏହା ବ୍ୟତିତ ଆଜି ଅର୍ଚ୍ଚନା ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ହାଜର ହୋଇଥାନ୍ତେ । ହେଲେ ଝାରପଡ଼ା ଜେଲ ଭିତରେ ଅର୍ଚ୍ଚନା ନିଜର ପକ୍ଷ ରଖିବେ ବୋଲି ଜଣାପଡ଼ିଛି ।
ଅର୍ଚ୍ଚନା ନାଗଙ୍କୁ ଦେହ ବ୍ୟବସାୟ ଓ ବ୍ଲାକ୍ମେଲ କରିବା ମାମଲାରେ ଗିରଫ କରାଯାଇଛି । ଶ୍ରଦ୍ଧାଞ୍ଜଳିଙ୍କୁ ସେ ଦେହ ବ୍ୟବସାୟରେ ନିୟୋଜିତ କରିବା ଓ ନଗ୍ନ ଭିଡିଓ ସୁଟ୍ କରି ବ୍ଲାମ୍ମେଲ କରିବାକୁ ମାଧ୍ୟମ ସଜାଇବା ଅଭିଯୋଗରେ ଖଣ୍ଡଗିରି ଥାନାରେ ହୋଇଥିଲା । ଏହାପରେ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଅର୍ଚ୍ଚନା ଚଳାଇଥିବା ନେଟୱର୍କରେ ବିଶିଷ୍ଠ ନେତା, ମନ୍ତ୍ରୀ, ପୁଲିସ, ବିଲଡର, ଫିଲ୍ମ ପ୍ରଯୋଜକ, ସୁନା ବ୍ୟବସାୟୀ ଆଦି ଫସିଥିବା ସୁରାକ୍ ମିଳିଛି । ଯାହାକୁ ନେଇ ରାଜ୍ୟରେ ଏବେ ହଇଚଇ ସୃଷ୍ଟି ହୋଇଛି ।

Comments are closed.