ବଲିଉଡ୍ ଅଭିନେତା ହ୍ରିତିକ୍ ରୋଶନ ଫିଲ୍ମ ସହିତ ନିଜ ଫିଟନେସ୍କୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି । ପ୍ରାୟ ସମୟରେ ସେ ନିଜ ଫିଟ୍ ବଡି ଭିଡିଓ କିମ୍ବା ଫଟୋ ମାଧ୍ୟମରେ ସୋସିଆଲ୍ ମିଡିଆରେ ଫ୍ଲଣ୍ଟ କରିଥାନ୍ତି । ଫ୍ୟାନ୍ସଙ୍କ ସହିତ ବହୁ ବଲିଉଡ୍ ତାରକା ମଧ୍ୟ ତାଙ୍କ ମସ୍କୁଲାର ଫିଟ୍ ବଡି ପଛରେ ପାଗଳ । ଏହି ତାରକାଙ୍କ ମଧ୍ୟରେ ଜଣେ ହେଉଛନ୍ତି ରାଧିକା ଆପ୍ତେ ଯିଏକି ହ୍ରିତିକଙ୍କ ଫିଟନେସ୍ର କ୍ରେଜୀ ଅଟନ୍ତି ।

ଏକ ସାକ୍ଷାତକାରରେ ରାଧିକା ଏହା କହିଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ଫିଲ୍ମ ବିକ୍ରମ ବେଧା ୩୦ ସେପେଫମ୍ବରରେ ରିଲିଜ୍ ହୋଇଯାଇଛି । ଏଥିରେ ହ୍ରିତିକ ରୋଶନଙ୍କ ସହ ଲିଡ୍ ରୋଲ୍ରେ ସୈଫ ଅଲ୍ଲୀ ଖାନ୍ ଓ ରାଧିକା ଆପ୍ତେ ମଧ୍ୟ ଏକ ପ୍ରମୁଖ ଭୂମିକାରେ ନଜର ଆସୁଛନ୍ତି । ଫିଲ୍ମରେ ସେ ଜଣେ ଓକିଲ ଭୂମିକାରେ ନଜର ଆସୁଛନ୍ତି ।

ପ୍ରଥମ ଥର ଲାଗି ରାଧିକାଙ୍କୁ ହ୍ରିତିକ ରୋଶନଙ୍କ ସହ ଦେଖିବାକୁ ମିଳିଛି । ସେହିପରି ସୈଫଙ୍କ ସହ ରାଧିକାଙ୍କର ଏହା ଦ୍ୱିତୀୟ ଫିଲ୍ମ । ବଲିଉଡ୍ ହଙ୍ଗାମା ସହ ଏକ ସାକ୍ଷାତକାରରେ ରାଧିକା କହିଛନ୍ତି, ନିଜ ଫିଟନେସ୍ ପ୍ରତି ହ୍ରିତିକଙ୍କ ସମର୍ପଣ ତାଙ୍କୁ ସବୁଠୁ ଅଧିକ ପସନ୍ଦ ଆସିଥାଏ । ହ୍ରିତିକଙ୍କ ଲାଗି ରାଧିକାଙ୍କ ଏହି କ୍ରେଜ୍ ବିକ୍ରମ ବେଧାର ନିର୍ଦ୍ଦେଶକଙ୍କୁ ରାଧିକାଙ୍କୁ ଏହି ଫିଲ୍ମରେ ନେବାକୁ ବାଧ୍ୟ କରିଥିଲା ।

Comments are closed.