ଦିଲ୍ଲୀରେ ୨୪ ଘଣ୍ଟିଆ ହୋଟେଲ, ପରିବହନ, ଅନଲାଇନ୍‌ ଡେଲିଭରି ସେବାକୁ ମଞ୍ଜୁରି

ନୂଆଦିଲ୍ଳୀ: ଆପଣ ହଠାତ୍‌ ରାତି ଅଧରେ କୌଣସି ସହରରେ ପହଞ୍ଚିଲେ ଦୋକାନ ବଜାର ସହ ହୋଟେଲ ମଧ୍ୟ ବନ୍ଦ ଦେଖିବାକୁ ପାଇବେ । ଫଳରେ ଆପଣଙ୍କୁ କେଉଁ ରେଲେୱ ଷ୍ଟେସନ କିମ୍ବା ବସ ଷ୍ଟପରେ ରାତି କଟାଇବାକୁ ପଡିବ । କାରଣ ସକାଳ ହେଲେ ହିଁ ଆପଣଙ୍କୁ ହୋଟେଲ ଓ ଦୋକାନ ବଜାର ଖୋଲା ମିଳିବ । ହେଲେ ଏବେ ଦିଲ୍ଲୀରେ ପହଞ୍ଚିଲେ ଆପଣଙ୍କୁ ଏଥିପାଇଁ କିଛି ଅସୁବିଧା ଭୋଗ କରିବାକୁ ପଡିବ ନାହିଁ ।
ଦିଲ୍ଲୀରେ ୨୪ ଘଣ୍ଟିଆ ହୋଟେଲ, ପରିବହନ, ଅନଲାଇନ୍‌ ଡେଲିଭରି ସେବାକୁ ମଞ୍ଜୁରି

କାରଣ ଦିଲ୍ଲୀରେ ଏବେ ଆପଣଙ୍କୁ ୨୪ ଘଣ୍ଟା ହୋଟେଲଠୁ ଆରମ୍ଭ କରି ଦୋକାନ ବଜାର ସେବା ମିଳିବ । କାରଣ ଉପରାଜ୍ୟପାଳ ବିକେ ସକସେନା ଦିଲ୍ଲୀରେ ହୋଟେଲ, ବିପିଓ, ପରିବହନ ସେବା, ଅନଲାଇନ୍‌ ଡେଲିଭରି ସହିତ ଅନେକ ବ୍ୟବସାୟୀକ ସେବା ସବୁବେଳେ ବା ୨୪ ଘଣ୍ଟା ଉପଲବ୍ଧ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉପରାଜ୍ୟପାଳ ୨୦୧୬ ରୁ ପଡିରହିଥିବା ୩୧୪ ଆବେଦନ ପତ୍ର ଉପରେ ମୋହର ମାରିଛନ୍ତି ।

ଦିଲ୍ଲୀରେ ୨୪ ଘଣ୍ଟିଆ ହୋଟେଲ, ପରିବହନ, ଅନଲାଇନ୍‌ ଡେଲିଭରି ସେବାକୁ ମଞ୍ଜୁରି

ଏଥିପାଇଁ ୭ ଦିନ ମଧ୍ୟରେ ଅଧିସୂଚନା ଜାରି କରାଯିବ ବୋଲି ଉପରାଜ୍ୟପାଳ କହିଛନ୍ତି । ଏହାଦ୍ୱାରା ଦିଲ୍ଲୀରେ ବ୍ୟବସାୟୀକ କାରବାର ବଢ଼ିବା ସହ ଯାତ୍ରୀମାନେ ମଧ୍ୟ ହଇରାଣ ହେବେ ନାହିଁ । ଯେଉଁ ଅଧିକାରୀମାନଙ୍କ ପାଇଁ ୨୦୧୬ ରୁ ଆବେଦନ ପତ୍ର ପଡି ରହିଛି ଓ ଏଥିନେଇ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଉପରାଜ୍ୟପାଲ ନିର୍ଦ୍ଦେଶ ଦେଇଛନ୍ତି ।

Govt

Comments are closed.