ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗି ଆଟର୍ଣ୍ଣି ଜେନେରାଲ ପଦ ପାଇଁ ମନାକଲେ

ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗି ଭାରତର ପରବର୍ତ୍ତୀ ଆଟର୍ଣ୍ଣି ଜେନେରାଲ ହେବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ରୋହତଗି ରବିବାର କହିଛନ୍ତି ଯେ ତାଙ୍କ ନିଷ୍ପତ୍ତି ପଛରେ କୌଣସି ନିର୍ଦ୍ଦିଷ୍ଟ କାରଣ ନାହିଁ I କେନ୍ଦ୍ର ସରକାର ଏହି ମାସର ଆରମ୍ଭରେ, କେ.କେ ଭେନୁଗୋପାଳଙ୍କ ଅବସର ପରେ ମୁକୁଲ ରୋହତଗିଙ୍କୁ ଆଟର୍ଣ୍ଣି ଜେନେରାଲ ହେବାପାଇଁ ନାଁ ଘୋଷଣା କରିଥିଲେ ।

ଆଟର୍ଣ୍ଣି ଜେନାରାଲ କେକେ ଭେନୁଗୋପାଲଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ସେପ୍ଟେମ୍ବର ୩୦ରେ ଶେଷ ହେବ। ସେ ୫ ବର୍ଷ ହେଲା ସରକାରଙ୍କ ଟପ୍‌ ଓକିଲ ଭାବେ ବିଭିନ୍ନ ମାମଲା ପରିଚାଳନା କରୁଛନ୍ତି। କେନ୍ଦ୍ର ସରକାର ମୁକୁଲ ରୋହତଗୀଙ୍କୁ ପୁଣିଥରେ ଆଟର୍ଣ୍ଣି ଜେନେରାଲ ହେବାକୁ ପ୍ରସ୍ତାବ ଦେଇଥିଲେ। ସେ ମଧ୍ୟ ଏହାକୁ ଗ୍ରହଣ କରିଥିଲେ। ତାଙ୍କ କାର୍ଯ୍ୟକାଳ ଅକ୍ଟୋବର ୧ରେ ଆରମ୍ଭ ହେବାର ଥିଲା। ତେବେ ବର୍ତମାନ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ମୁକୁଲ ରୋହତଗୀ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହାର କାରଣ ସମ୍ପର୍କରେ କିନ୍ତୁ କିଛି ବି ଜଣାପଡ଼ିନି।

ନ୍ୟୁଜ୍ ଏଜେନ୍ସି ଏଏନ୍‌ଆଇକୁ ମୁକୁଲ ରୋହତଗୀ କହିଛନ୍ତି, ‘ଭାରତ ସରକାରଙ୍କ ପ୍ରସ୍ତାବକୁ ସ୍ୱିକାର ନକରିବାର କିଛି ବିଶେଷ କାରଣ ନାହିଁ। ପ୍ରସ୍ତାବ ଉପରେ ବିଚାର କରି ମୁଁ ଏହାକୁ ଅସ୍ୱିକାର କରିଛି।’ ମୁକୁଲ ରୋହତଗୀ ତାଙ୍କ ପେଶାଦାର ଜୀବନ କାଳରେ ଅନେକ ହାଇପ୍ରୋଫାଇଲ କେସ୍ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟରେ ଲଢିଛନ୍ତି। ଏଥିରେ ଗୁଜୁରାଟ ଦଙ୍ଗା ମାମଲାରେ ସେ ଗୁଜରାଟ ସରକାରଙ୍କ ତରଫରୁ ଲଢୁଥିଲେ। ନିକଟରେ ସେ ଶାହରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ ଖାନ୍‌ଙ୍କ କ୍ରୁଜ୍ ଡ୍ରଗ୍ କେସ୍ ପାଇଁ ମଧ୍ୟ କେସ୍ ଲଢିଥିଲେ।

Govt

Comments are closed.