ଭିଜିଲାନ୍ସ ଜାଲରେ ପଡିଲେ ଅତିରିକ୍ତ ତହସିଲଦାର

ସୁନ୍ଦରଗଡ଼ : ଭିଜିଲାନ୍ସ ଜାଲରେ ପଡିଲେ ସୁନ୍ଦରଗଡ଼ ଅତିରିକ୍ତ ତହସିଲଦାର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି ।

କୁଳମଣି କିରାଣୀ ଭାବରେ ଚାକିରି ଆରମ୍ଭ କରି ପଦୋନ୍ନତି ପାଇଥିଲେ। ଏହା ପୂର୍ବରୁ ସେ ହେମଗିରି ତହସିଲରେ ମଧ୍ୟ ଅତିରିକ୍ତ ତହସିଲଦାର ଭାବରେ ଅବସ୍ଥାପିତ ଥିଲେ। କୁଳମଣିଙ୍କ ପୈତୃକ ଗାଁ ସୁନ୍ଦରଗଡ଼ ଡୁମାବାହାଲ, ଲେଫ୍ରିପଡ଼ା ରେ କାର୍ଯ୍ୟାଳୟ ଓ ବାସଭବନ ସହିତ ୮ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ । ସୁନ୍ଦରଗଡ଼ ସହରର ମିଶନ ରୋଡ ସ୍ଥିତ ଦୁଇ ମହଲା କୋଠା, ଲେଫ୍ରିପଡ଼ାର ତିନି ମହଲା କୋଠା ଏବଂ ଡୁମାବାହାଲରେ ତିନିଟି ଘରେ ଚାଲିଛି ରେଡ୍। ଏବେ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି। ସେନେଇ ଭିଜିଲାନ୍ସ ପକ୍ଷରୁ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ତେବେ ୨ଟି ଟ୍ରାକ୍ଟର, ୩ଟି ବାଇକ୍‌, ୨ଟି ବୋଲେରୋ ଓ ଗୋଟିଏ କମାଣ୍ଡର ଜବତ ହୋଇଥିବା ବେଳେ ଏଯାଏଁ ଚଢ଼ାଉ ଜାରି ରହିଛି । ଏହି ଚଢ଼ାଉରେ ୪ ଡିଏସପି, ୧୦ ଇନ୍‌ସ୍ପେକ୍ଟର,୪ ଏଏସଆଇ ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।

 

Govt

Comments are closed.