ସାଧାରଣତଃ ଆଖି ତଳ ତ୍ୱଚା କୋମଳ ହୋଇଥିବାରୁ କିଛି ଲୋକଙ୍କର ଏଥିରେ କଳାଦାଗ ବା ଡାର୍କ ସର୍କଲ ସମସ୍ୟା ଦେଖାଦେଇଥାଏ । ତେଣୁ ଡାର୍କ ସର୍କଲରୁ ରକ୍ଷା ପାଇବା ପାଇଁ ଆପଣ ବଜାରରେ ଉପଲବ୍ଧ ହେଉଥିବା ବିଭିନ୍ନ କ୍ରୀମ୍, ଘରୋଇ ଉପଚାର ଓ ଅଣ୍ଡର ଆଇ କ୍ରିମ୍ ବ୍ୟବହାର କରିଥାନ୍ତି । ଏଥିପାଇଁ ବିଭିନ୍ନ ପ୍ରକାର ମେଡିସିନ୍ ନଖାଇ ପ୍ରଥମେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ଡାର୍କ ସର୍କଲ ହେବାର ମୂଳ କାରଣ ଜାଣିବା ନିହାତି ଆବଶ୍ୟକ । ଡାର୍କ ସର୍କଲ କାହିଁକି ହୋଇଥାଏ ଏବଂ ଏଥିରୁ ରକ୍ଷା ପାଇବାର ଉପାୟ ଆସନ୍ତୁ ଜାଣିବା ।

୧. ବୟସ ବଢିବା ସହିତ ଆଖିତଳର ଚର୍ମ କଳା ପଡ଼ିବାକୁ ଲାଗିଥାଏ । ଏଥିପାଇଁ ନିୟମିତ ଭାବରେ ଭଲ ସନସ୍କ୍ରିନ୍ ଲୋଶନ ବ୍ୟବହାର କର;ୁ ।
୨. ପୋଷଣ ଅଭାବରୁ ମଧ୍ୟ ଡାର୍କ ସର୍କଲ ହୋଇଥାଏ । ଶରୀରରେ ଆଇରନ ଅଭାବ ଥିଲେ ଏହାର ଯାଞ୍ଚ କର;ୁ ଏବଂ ଆଇରନଯୁକ୍ତ ଖାଦ୍ୟ ଖାଆ;ୁ । ଡିହାଇଡ୍ରେସନ କାରଣରୁ ମଧ୍ୟ ଡାର୍କ ସର୍କଲ୍ ସମସ୍ୟା ଦେଖାଦେଇଥାଏ ।
୩. ଥାଇରଏଡ୍ ସମସ୍ୟା ଥିଲେ ଆଖିତଳେ କଳାଦାଗ ଦେଖାଦେଇଥାଏ । ଏଥିପାଇଁ ଉଚିତ ସମୟରେ ଏହାର ଚିକିତ୍ସା କରାଇନିଅ;ୁ ।

୪. ଆଲର୍ଜି ବା ଔଷଧ ଯୋଗୁଁ ମଧ୍ୟ ଡାର୍କ ସର୍କଲ ହୋଇଥାଏ । ଉଚ୍ଚ ରକ୍ତଚାପ, ମଧୁମେହ ଓ ହାର୍ଟ ରୋଗୀ ଅଧିକ ମାତ୍ରାରେ ମେଡିସିନ୍ ଖାଇଥାନ୍ତି । ଏହାର ସାଇଡ୍ ଇଫେକଫ ଭାବରେ ଡାର୍କ ସର୍କଲ ଦେଖାଦେଇଥାଏ ।
୫. ଡାର୍କ ସର୍କଲକୁ ଭଲ କରିବା ପାଇଁ ଓଜନ କମାଇବା ପାଇଁ ଚେଷ୍ଟା କର;ୁ ନାହିଁ । ଏଥିପାଇଁ ପୁଷ୍ଟିକର ଖାଦ୍ୟ ଖାଆ;ୁ ଏବଂ ସ୍ୱାସ୍ଥ୍ୟ ସହିତ ତ୍ୱଚାର ଯତ୍ନ ନିଅ;ୁ ।
୬. ନିଦ ନହେବା ଯୋଗୁଁ ଆଖିତଳେ ଡାର୍କ ସର୍କଲ ଦେଖାଦେଇଥାଏ । ତେଣୁ ଦିନକୁ ୭ରୁ ୮ ଘଣ୍ଟା ଶୋଇବା ପାଇଁ ଚେଷ୍ଟା କର;ୁ ।

୭. ମେକଅପ୍ରେ ଅଧିକ ମାତ୍ରାରେ ହାଇଲାଇଟର୍ ବ୍ୟବହାର କରିବା ଯୋଗୁଁ ମଧ୍ୟ କଳାଦାଗ ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ହାଲ୍କା ମେକଅପ୍ ଓ କେମିକାଲ୍ କମ୍ ବ୍ୟବହାର କର;ୁ ।

Comments are closed.