୨୬/୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ ଆତଙ୍କୀକୁ ‘ବ୍ଲାକ୍‌ଲିଷ୍ଟ୍‌’ କରିବା ଲାଗି ଜାତିସଂଘ ପ୍ରସ୍ତାବକୁ ଚୀନ ର ବିରୋଧ

ନୂଆଦିଲ୍ଲୀ: ଆତଙ୍କବାଦ ଉପରେ ଚୀନ୍ ନିଜର ଆଭିମୁଖ୍ୟ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ନୁହେଁ। ୨୬/୧୧ ମୁମ୍ବାଇ ଆକ୍ରମଣର ସମ୍ପୃକ୍ତ ଥିବା ଲଶ୍କର-ଏ-ତାଇବା ଆତଙ୍କବାଦୀ ସାଜିଦ ମୀରଙ୍କୁ ବିଶ୍ୱ ଆତଙ୍କବାଦୀ ଭାବରେ ଘୋ‌ଷଣା କରିବା ପାଇଁ ଜାତିସଂଘ ଆଗତ କରିଥିବା ପ୍ରସ୍ତାବ ଉପରେ ଚୀନ୍‌ ରହିତାଦେଶ ଜାରି କରିଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦକୁ ମିର କଳା ତାଲିକାଭୁକ୍ତ କରିବାକୁ ଆମେରିକା ପ୍ରସ୍ତାବ ଦେଇଥିଲା ଏବଂ ଭାରତ ଏହାକୁ ସମର୍ଥନ କରିଥିଲା। ହେଲେ ଚାଇନା ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହୋଇଥିବାରୁ ଭିଟୋ ପ୍ରୟୋଗ କରି ଏହା ଉପରେ ରହିତାଦେଶ ଜାରି କରିଛି ।

ଜାତିସଂଘ ସୁରକ୍ଷା ପରିଷଦର ଅଲ କାଏଦା କଟକଣା କମିଟି ୧୨୬୭ ଅଧୀନରେ ଆମେରିକା ଓ ଭାରତ ସମର୍ଥନରେ ମୀରକୁ କଳା ତାଲିକାଭୁକ୍ତ କରିବାକୁ ପ୍ରସ୍ତାବ ଆସିଥିଲା। ଏହା ସହ ଜାତିସଂଘ ନିରାପତ୍ତା ପରିଷଦ୍‌ର ‘୧୨୬୭ ଅଲ୍‌-କାଏଦା ସାଙ୍କ୍‌ସନ୍‌ସ୍‌ କମିଟି’ରେ ଆଗତ ପ୍ରସ୍ତାବରେ ଆମେରିକା ସାଜିଦ୍‌ ମିର୍‌ଙ୍କ ସମ୍ପତ୍ତି ‘ଫ୍ରିଜ୍‌’ କରିବା, ତା’ର ଭ୍ରମଣ ଉପରେ ରହିତାଦେଶ ଏବଂ ଅସ୍ତ୍ରଶସ୍ତ୍ର କ୍ରୟ କରିବା ଉପରେ ନିଷେଧାଜ୍ଞା ଜାରି କରିବା ଲାଗି କହିଥିଲା। ମିର୍‌ଙ୍କ ଉପରେ ଯୁକ୍ତରାଷ୍ଟ୍ର ଆମେରିକା ୫ ମିଲିୟନ୍‌ ଡଲାର୍‌ ପୁରସ୍କାର ମଧ୍ୟ ଘୋଷଣା କରିଛି । ୨୬-୧୧ ଆକ୍ରମଣରେ ମୃତକଙ୍କ ମଧ୍ୟରେ ୬ ଜଣ ଆମେରିକୀୟ ରହିଥିଲେ I

ମୀର ହେଉଛି ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ। ୨୬/୧୧ ଆତଙ୍କବାଦୀ ହମଲାର ସେ ମୁଖ୍ୟ ହ୍ୟାଣ୍ଡେଲର ଥିଲା। ଚଳିତ ବର୍ଷ ଜୁନ ମାସରେ ଟେରର ଫଣ୍ଡିଂ ମାମଲାରେ ପାକିସ୍ତାନର ଆତଙ୍କବାଦ ନିରୋଧ ଗ୍ରେ ଲିଷ୍ଟ ରୁ ବାହାରିବା ପାଇଁ ମୀରକୁ ୧୫ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ ।

ଏହାପୂର୍ବରୁ ମୀର ପ୍ରାଣ ହରାଇ ସାରିଥିବା ପାକିସ୍ତାନ ସରକାର ସାରା ବିଶ୍ୱକୁ ଜଣାଇଥିଲେ। ହେଲେ ପଶ୍ଚିମ ଦେଶଗୁଡ଼ିକ ଏହାକୁ ବିଶ୍ୱାସ କରି ନଥିଲେ ଓ ମୀର ମୃତ୍ୟୁର ପ୍ରମାଣ ମାଗିଥିଲେ। ଆତଙ୍କବାଦୀଙ୍କ ପ୍ରତି ପାକିସ୍ତାନର ଦୋମୁହାଁ ନୀତିକୁ ଦେଶକୁ ବାରମ୍ବାର ଏଫଏଟିଏଫର ଗ୍ରେ ଲିଷ୍ଟରେ ରହିବାକୁ ପଡ଼ୁଛି।

ଏହାପୂର୍ବରୁ ଗତମାସରେ ଜୈଶ-ଇ-ମହମ୍ମଦର ମୁଖ୍ୟ ମାସୁଦ ଆଝାରର ଭାଇ ଅବଦୁଲ ରୌଫ ଆଝାରକୁ କଳା ତାଲିକାଭୁକ୍ତ କରିବାକୁ ଆମେରିକା ଓ ଭାରତ ଆଣିଥିବା ପ୍ରସ୍ତାବକୁ ମଧ୍ୟ ଜାତିସଂଘରେ ଚାଇନା ବିରୋଧ କରିଥିଲା। ଏବେ ମୀର କ୍ଷେତ୍ରରେ ମଧ୍ୟ ଚାଇନା ସମାନ ଆଭିମୁଖ୍ୟ ଗ୍ରହଣ କରିଛି।

 

Govt

Comments are closed.