ଦିଲ୍ଲୀ ମଦ ଦୁର୍ନୀତି ଅଭିଯୋଗରେ ୪୦ଟି ସ୍ଥାନରେ ଇଡି ଚଢ଼ାଉ

ଦିଲ୍ଲୀ: ଦିଲ୍ଲୀର ମଦ ନୀତି ଦୁର୍ନୀତିରେ ଅଭିଯୋଗରେ ଆଜି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଏକାଧିକ ସହରର ୪୦ଟି ସ୍ଥାନରେ ଚଢ଼ାଉ କରିଛି । ସେହି ସ୍ଥାନ ମଧ୍ୟରୁ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ୨୦ଟି ସ୍ଥାନଠାରେ ଚଢ଼ାଉ କରାଯାଇଛି । ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ ଏବଂ ଦିଲ୍ଲୀର କେତେକ ସହରର ମଦ ବ୍ୟବସାୟୀ, ଡିଷ୍ଟ୍ରିବ୍ୟୁଟର୍‌ ଏବଂ ସପ୍‌ଲାଏ ଚେନ୍‌ ନେଟ୍‌ୱାର୍କ ସହିତ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ଘରେ ତଲାସ ଚାଲିଥିବା ସୂଚନା ମିଳିଛି । ତେବେ ଏହି ମାମଲାରେ ଚଢ଼ାଉ ହେଉଛି ଦ୍ୱିତୀୟ ପର୍ଯ୍ୟାୟ । ଗତ ସପ୍ତାହରେ ଇଡି ପ୍ରଥମ ପର୍ଯ୍ୟାୟରେ ଚଢ଼ାଉ କରିଥିଲା । ଦିଲ୍ଲୀ, ତେଲେଙ୍ଗାନା, ମହାରାଷ୍ଟ୍ର, ହରିୟାଣା, ଉତ୍ତର ପ୍ରଦେଶ ଏବଂ କର୍ଣ୍ଣାଟକର ପ୍ରାୟ ୪୫ଟି ସ୍ଥାନରେ ଇଡି ଚଢ଼ାଉ କରିଥିଲା ।

ସୂଚନା ଥାଉଯେ, ଅବକାରୀ ନୀତିରେ ଆର୍ଥିକ ଦୁର୍ନୀତି ବୋଲି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ କେତେକ ଅମଲାଙ୍କ ନାମରେ ଅଭିଯୋଗ ହୋଇଥିଲା । ଉକ୍ତ ଅଭିଯୋଗଜ ପ୍ରଥମେ ସିବିଆଇରେ ଏଫ୍‌ଆଇଆର୍‌ ହୋଇଥିଲା । ପରେ ଉକ୍ତ ମାମଲା ଇଡି ହାତକୁ ଯାଇଥିଲା ।

Govt

Comments are closed.