ପିଲାଚୋର ଭାବି ୪ ସାଧୁଙ୍କୁ ନିର୍ଘାତ ମାଡ଼

ମହାରାଷ୍ଟ୍ର: ପାଲଘର ସାଧୁ ହତ୍ୟାକାଣ୍ଡ ଘଟଣାର ପୁନରାବୃତି ହେବାର ଅଳ୍ପକେ ବର୍ତି ଯାଇଛନ୍ତି ୪ ସାଧୁ I ପିଲାଚୋର ଭାବି ଅତି ନିର୍ଦୟ ଭାବରେ ମାଡ଼ ଖାଇଛନ୍ତି ଏହି ୪ ଜଣ ସାଧୁ I ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର ଲବାନା ଗାଁରେ ଏପରି ଏକ ଘଟଣା ଘଟିଛି । ଏହି ୪ ଜଣ ସାଧୁ ମଥୁରା ଜୁନା ଆଖଡ଼ା ରୁ ଏକ ବଲେରୋରେ ଆସି ପଣ୍ଡରପୁର ଯିବା ପାଇଁ ସ୍ଥାନୀୟ ଲୋକଙ୍କୁ ରାସ୍ତା ପଚାରିଥିଲେ ହେଲେ ସ୍ଥାନୀୟ ଲୋକେ ଏମାନଙ୍କୁ ପିଲା ଚୋର ଭାବିଥିଲେ। ଏହାପରେ ସ୍ଥାନୀୟ ଅଞ୍ଚଳରେ ପିଲା ଚୋର ଗୁଜବ ପ୍ରଚାର ହେବା ପରେ ଅନେକ ସଂଖ୍ୟାରେ ଲୋକ ସେଠାରେ ଏକାଠି ହୋଇ ଏହି ୪ ଜଣ ସାଧୁଙ୍କୁ ମାଡ଼ ମାରିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଏନେଇ ପୁଲିସ କହିଛି, ସାଧୁଙ୍କ ପକ୍ଷରୁ ଏହି ମାମଲକୁ ନେଇ କୌଣସି ଏଫଆଇଆର ଦେଇନାହାନ୍ତି। ହେଲେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଆଧାରରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି। ତେବେ ଏସମ୍ପର୍କରେ ଜଣାପଡ଼ିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଛାନଭିନ ପରେ ଜଣାପଡ଼ିଲା ଚାରି ଜଣ ସାଧୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ । ସାଙ୍ଗଲି ଏସପି କହିଛନ୍ତି, ଗାଁ ଲୋକଙ୍କ ଦ୍ୱାରା ସାଧୁଙ୍କୁ ମାଡ଼ ମାରିବା ମାମଲା ସାମ୍ନାକୁ ଆସିଛି ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସାଧୁଙ୍କୁ ମାଡ଼ ମାରିବା ସମ୍ପର୍କରେ କୌଣସି ଅଭିଯୋଗ ଆସିନାହିଁ । କିନ୍ତୁ ଭାଇରାଲ ଭିଡିଓ ଫୁଟେଜ୍‌ ଆଧାରରେ ଅନୁସନ୍ଧାନ ଜାରି ରହିଛି । ଏ ପ୍ରସଙ୍ଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୋଲିସ୍‌ ପକ୍ଷରୁ କୁହାଯାଇଛି ।

 

Govt

Comments are closed.