ଇଲେକ୍ଟ୍ରିକ ବାଇକ ସୋରୁମରେ ଭୟାବହ ଅଗ୍ନିକାଣ୍ଡ I ସୋମବାର ବିଳମ୍ବିତ ରାତିରେ ତେଲେଙ୍ଗାନାର ସିକନ୍ଦରାବାଦରେ ଥିବା ଏକ ଇଲେକ୍ଟ୍ରିକ ବାଇକ ଶୋରୁମ ରେ ଏହି ଦୁର୍ଘଟଣା ଘଟିଛି I ଏଥିରେ ୮ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି I ତେବେ ରାତିରେ ଇଲେକ୍ଟ୍ରିକ ବାଇକ ଗୁଡିକୁ ଚାର୍ଜଙ୍ଗ ସମୟରେ ହଠାତ ବ୍ୟାଟେରୀ ବିସ୍ଫୋରଣ ହେବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣIପଡିଛି I
ହାଇଦ୍ରାବାଦ ନର୍ଥ ଜୋନ୍ ଡିସିପିଙ୍କ କହିବାନୁସାରେ, ସିକନ୍ଦରାବାଦ ପାସପୋର୍ଟ ଅଫିସ ପାଖରେ ଥିବା ରୁବି ଇଲେକ୍ଟ୍ରିକ୍ ବାଇକ୍ ସୋରୁମରେ ନିଆଁ ଲାଗିଯାଇଥିବା ଖବର ମିଳିଥିଲା । ବିଲ୍ଡିଂର ଗ୍ରାଉଣ୍ଡ୍ ଫ୍ଲୋର୍ରେ ଥିବା ଇଲେକ୍ଟ୍ରିକ୍ ସ୍କୁଟର୍ ଶୋ’ ରୁମ୍ରେ ପ୍ରଥମେ ଏହି ଅଗ୍ନିକାଣ୍ଡ ଘଟିଥିଲା। ପରେ ଏହା ବିଲ୍ଡିଂର ପ୍ରଥମ ଓ ଦ୍ୱିତୀୟ ମହଲାକୁ ବ୍ୟାପିଥିଲା। ଫଳରେ ନିଆଁରେ ପୋଡ଼ି ହୋଇ ୮ ଜଣଙ୍କ ମୃତ୍ୟୁ ଘଟିଛି। ବିଲଡିଂ ର ଉପର ମହଲାରେ ଥିବା ଏକ ଲଜ ଭିତରେ ଧୂଆଁ ଯୋଗୁ ଅଧିକାଂଶ ଲୋକଙ୍କ ଶ୍ବାସରୁଦ୍ଧ ହେବାରୁ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଅଗ୍ନିକାଣ୍ଡ ଯୋଗୁଁ ଧୂଆଁ ପ୍ରଥମ ଏବଂ ଦ୍ୱିତୀୟ ମହଲା କୁ ବ୍ୟାପି ଯାଇଥିଲା I ଜୀବନ ରକ୍ଷା ପାଇଁ ଏହି ସମୟରେ ଲୋକମାନେ ବିଲଡିଂରୁ ତଳକୁ ଡେଇଁ ପଡିଥିବାର ଦେଖାଯାଇଥିଲା I ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକ ଡାକ୍ତରଖାନା ନେଇଥିଲେ। ତେବେ ଅନେକ ଲୋକ ଏଥିରେ ଫସି ରହି ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଥିଲେ। ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବିଲଡିଂରୁ ବାହାର କରି ନେଇଥିଲା। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ତେବେ ଘଟଣାକୁ ନେଇ ତଦନ୍ତ ନିର୍ଦ୍ଦେଶ ଦିଯାଇଥିବା ତେଲେଙ୍ଗାନା ଗୃହମନ୍ତ୍ରୀ ମହମ୍ମଦ ମେହମ୍ମୁଦ ଅଲୀ ସୂଚନା ଦେଇଛନ୍ତି। କୁହାଯାଉଛି ଯେ ସର୍ଭିସିଂ ପାଇଁ ଆସିଥିବା ପାଞ୍ଚଟି ପୁରୁଣା ଗାଡି କୁ ଚାଜିଙ୍ଗ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା I
#UPDATE | Case registered against the owner of the building and the lodge where fire broke out. FIR registered against the owners of the Electric Scooter showroom and the manager of Lodge: Chandana Deepti, DCP, North Zone, Hyderabad https://t.co/T5chM4bjbf
— ANI (@ANI) September 13, 2022

Comments are closed.