ସାମଗ୍ରୀ – ଏକ କପ ବସା ଦହି, ୩ରୁ ୪ କପ ଓଟସ୍ ଗୁଣ୍ଡ, ଅଳ୍ପ ମରିଚଗୁଣ୍ଡ, କଟା କଞ୍ଚାଲଙ୍କା, ଏକ ଚାମଚ ଗରମ ମସଲା, କଟା ଧନିଆ ପତ୍ର, ଏକ କପ ଗ୍ରେଟେଡ ପନିର, ଏକ ଚାମଚ ଚାଟ ମସଲା, ୨ ଚାମଚ ଖିସମିସ, ୨ଚାମଚ କାଜୁ ।
ପ୍ରଣାଳୀ- ଗୋଟିଏ ପାତ୍ରରେ ଦହି, ଲୁଣ, ଲଙ୍କାଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଗରମ ମସଲା, କଞ୍ଚାଲଙ୍କା, ଧନିଆ ପତ୍ର ପକାଇ ମିଶାନ୍ତୁ । ଏହାପରେ ଏଥିରେ ଓଟସ ପାଉଡର ମିଶାଇ ଗୋଳାନ୍ତୁ । ଅନ୍ୟପଟେ ଆଉ ଏକ ପାତ୍ରରେ ଖିସମିସ୍ ଓ କାଜୁ, ପନିର ଗୁଣ୍ଡ, ଚାଟ ମସଲା, ଅଳ୍ପ ଚିନି ଓ ଗରମ ମସଲା ଓ ଲୁଣ ପକାଇ ଗୋଳାନ୍ତୁ । ପ୍ରଥମରୁ ଓଟସ ଗୁଣ୍ଡ ପକାଯାଇଥିବା ମିଶ୍ରଣରୁ ଛୋଟଛୋଟ ଗୁଳା କରି ଏଥିରେ ପ୍ରସ୍ତୁତ ହୋଇଥିବା ପନିର ପୂରକୁ ଦେଇ କବାବ ଆକାରରେ ଗଢନ୍ତୁ । ଏହାକୁ ତାପରେ ତେଲରେ ଛାଣି ନିଅନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଓଟସ ଦହି କବାବ ।

Comments are closed.