ଆର୍ଯ୍ୟା ଓ ଆର୍ଯ୍ୟା ୨ ପରେ ସୁସ୍ମିତାଙ୍କ କ୍ରେଜ ପୁଣି ଫେରିଛି । ସୁସ୍ମିତାଙ୍କ ଆଗାମୀ ପ୍ରୋଜେକଫକୁ ଚାହିଁରହିଥିବା ଫ୍ୟାନଙ୍କୁ ଏକ ଖୁସି ଖବର ଦେଇଛନ୍ତି ସୁସ୍ମିତା । ଆଗକୁ ସୁସ୍ମିତାଙ୍କୁ ଏକ ବାୟୋପିକରେ ଦେଖିବାକୁ ମିଳିବ । ବିଗତ ଅନେକ ଦିନର ବ୍ରେକ ପରେ ସୁସ୍ମିତାଙ୍କୁ ଓଟିଟି ପ୍ଲାଟଫର୍ମରେ ଆର୍ଯ୍ୟା ଜରିଆରେ ଦର୍ଶକ ଦେଖିଥିଲେ ।
ଏଥିରେ ଅଭିନେତ୍ରୀଙ୍କ ଦମଦାର ଅଭିନୟ ସମସ୍ତଙ୍କରୁ ଚକିତ କରିଥିଲା । ଏହି ୱବସିରିଜ୍ର ୨ଟା ଯାକ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା । ସେହିଭଳି ଆଗାମୀ ସିନେମାରେ ମଧ୍ୟ ଦର୍ଶକ ସୁସ୍ମିତାଙ୍କର ଏକ ଦମଦାର ଅଭିନୟ ଦେଖିବାକୁ ପାଇବେ ବୋଲି ଜଣାପଡିଛି । ଏଥିରେ ସୁସ୍ମିତା ଲିଡ୍ ରୋଲରେ ନଜର ଆସିବେ ।
ତେବେ ନିଜର ରିଲ ଲାଇଫ ସହ ରିଅଲ ଲାଇଫ ଦୁଇଟି ପାଇଁ ସେ ଚର୍ଚ୍ଚାରେ ରହୁଛନ୍ତି । ନିକଟରେ ନିଜ ଭାଇଙ୍କର ବିବାହ ବିଚ୍ଛେଦକୁ ନେଇ ଅଭିନେତ୍ରୀ ଚର୍ଚ୍ଚାରେ ରହିଥିଲେ । ସେହିଭଳି ତାଙ୍କ ନୂଆ ବୟଫ୍ରେଣ୍ଡ ଲଲିତ ମୋଦିଙ୍କୁ ନେଇ ତାଙ୍କୁ ଅନେକ ଟ୍ରୋଲ କରାଯାଇଥିଲା । ଏ ସମସ୍ତ ବିବାଦ ଭିତରେ ତାଙ୍କର ଆସିବାକୁ ଥିବା ପ୍ରୋଜେକଫ ତାଙ୍କ ଫ୍ୟାନଙ୍କୁ ଖୁସି ଦେଇଛି ।
Comments are closed.