ସାମଗ୍ରୀ – ଗୋଟେ କପ ଚୋପା ଲଗା ମସୁର ଡାଲି, ଅଧାକପ ଦହି, ୨ ଚାମଚ ବେସନ, ଏକ ଚାମଚ କଟା ପିଆଜ, ଅଳ୍ପ ଭୃସଙ୍ଗ ପତ୍ର, ଏକ ଚାମଚ ସୋରିଷ, ୨ଟି କଞ୍ଚା ଲଙ୍କା, ହଳଦୀ, ଧନିଆ ଗୁଣ୍ଡ, ଲୁଣ ।
ପ୍ରଣାଳୀ – ପ୍ରଥମେ ଡାଲିକୁ ଧୋଇ ପୂର୍ବ ଦିନରୁ ବତୁରାଇ ନିଅନ୍ତୁ । ପରଦିନ ପ୍ରଥମେ ଏହାକୁ ସିଝାଇ ଅଲଗା ରଖନ୍ତୁ । ଗୋଟିଏ ପାତ୍ରରେ ଦହି ନିଅନ୍ତୁ, ସେଥିରେ ବେସନ, ହଳଦୀ, ଜୀରା, ଧନିଆ ଗୁଣ୍ଡ, ଲୁଣ ମିଶାଇ ରଖନ୍ତୁ । ବର୍ତ୍ତମାନ ଏକ କରେଇରେ ସେଥିରେ ଶୁଖିଲା ଲଙ୍କା ଓ ସୋରିଷ ପକାନ୍ତୁ । ଏହାପରେ ପିଆଜ ଓ ଭୃସଙ୍ଗ ପତ୍ର ପକାଇ ଭାଜନ୍ତୁ । ଭାଜିବା ପରେ ଏଥିରେ ସିଝା ଡାଲି ମିଶାନ୍ତୁ ଏବଂ କିଛି ସମୟ ପାଇଁ ଗୋଳାନ୍ତୁ । କିଛି ସମୟ ପରେ ଏଥିରେ ପୂର୍ବ ପ୍ରସ୍ତୁତ ଦହି ମିଶ୍ରଣକୁ ପକାନ୍ତୁ ଏବଂ ୫ ମିନିଟ୍ ପାଇଁ ଫୁଟାନ୍ତୁ । ଶେଷରେ ଧନିଆ ପତ୍ର ପକାଇ ପରଷନ୍ତୁ ଛତିଶଗଡି ବଟକର ତରକାରୀ ।
Comments are closed.